ଭାକ୍ସିନ୍‌ ନେଲେ ୨ ବର୍ଷ ମଧ୍ୟରେ ହେବ ମୃତ୍ୟୁ: ଭାଇରାଲ ଟୁଇଟ୍‌ ସତ କି ମିଛ, ପିଆଇବି ଦେଲା ସୂଚନା…

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ସୁରକ୍ଷା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଗତ ଦୁଇ ଦିନ ଧରି ଭାକ୍ସିନ୍‌ ସମ୍ପର୍କରେ ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର ହେବାରେ ଲାଗିଛି। ଭାକ୍ସିନ୍‌ ନେବାର ୨ ବର୍ଷ ପରେ ମୃତ୍ୟୁ ହେବ ବୋଲି ସୋସିଆଲ୍‌ ମିଡ଼ିଆରେ ଏକ ଟୁଇଟ୍‌ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟ୍‌ ମିଥ୍ୟା ବୋଲି ଜଣାପଡ଼ିଛି। ଫ୍ରାନ୍ସର ନୋବେଲ ପୁରସ୍କାର ବିଜେତା ଭିରୋଲୋଜିଷ୍ଟ୍‌ ଲୁସ୍‌ ମୋଣ୍ଟେଜନିୟର ଟୁଇଟ୍‌ କରି ଏଭଳି କହିଥିବା ପ୍ରଚାର ହେଉଛି। ତେବେ ଏହି ଟୁଇଟର୍‌ ହ୍ୟାଣ୍ଡେଲଟି ଫେକ୍‌।

ଏଥିରେ ଭିରୋଲୋଜିଷ୍ଟ୍‌ ଲୁସ୍‌ ମୋଣ୍ଟେଜନିୟରଙ୍କ ଫଟୋ ଲଗାଇ ଲୋକଙ୍କୁ ଭ୍ରମିତ କରିବା ଲାଗି ଏଭଳି କରାଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଏଭଳି ମେସେଜ୍‌ ଅବା ଟୁଇଟ୍‌କୁ ଶେୟାର ନ କରିବାକୁ ସରକାରଙ୍କ ପକ୍ଷରୁ ୟୁଜରଙ୍କୁ ପରାମର୍ଶ ଦିଆଯାଇଛି। ଏହି ମିଥ୍ୟା ଟୁଇଟ୍‌ ବିରୋଧରେ ଏକଜୁଟ ହେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଛି। ପ୍ରେସ୍‌ ଇନଫରମେଶନ ବ୍ୟୁରୋ(ପିଆଇବି) ପକ୍ଷରୁ ହୋଇଥିବା ତଦନ୍ତରୁ ଟୁଇଟ୍‌ଟି ମିଥ୍ୟା ବୋଲି ଜଣାପଡ଼ିଛି। ପିଆଇବି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ, ଦେଶରେ ଦିଆଯାଉଥିବା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ। ଏହାଦ୍ୱାରା ବିପଦର କୌଣସି ଆଶଙ୍କା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ବାଡିକର୍ମୀଙ୍କୁ ମାସ୍କ, ସାନିଟାଇଜର୍‌ ବଣ୍ଟନ

ଭଦ୍ରକ ଅଫିସ,୫।୫: ଭଦ୍ରକ ଜିଲାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅଙ୍ଗନୱାଡିକର୍ମୀଙ୍କୁ ମାସ୍କ ଓ ସାନିଟାଇଜର୍‌ ବଣ୍ଟନ କରାଯାଇଛି। ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ଆଞ୍ଚଳିକ ଅନୁଦାନ...

ରାହୁଲ ଗାନ୍ଧୀଙ୍କୁ କରୋନା

ନୂଆଦିଲ୍ଲୀ,୨୦।୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଏହି ବିଷୟରେ ସୂଚନା...

ଅଦ୍ଭୁତ ଘଟଣା: ମା’ ପେଟରୁ ଏଭଳି ଜିନିଷ ହାତରେ ଧରି ବାହାରିଲେ ନବଜାତକ, ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ

ବିହାରର ମୁଜାଫରପୁରରେ ଜଣେ ପ୍ରସୂତି ନିକଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ଶିଶୁଟି ମା’ ଗର୍ଭରୁ ଏମିତି ଏକ ଜିନିଷ ଧରି ବାହାରିଥିଲେ, ଯାହାକୁ...

କ୍ଲାସରେ ନମାଜ ପାଇଁ ସସ୍‌ପେଣ୍ଡ ହେଲେ ପ୍ରଧାନଶିକ୍ଷୟିତ୍ରୀ

ବେଙ୍ଗାଲୁରୁ,୨୭।୧: କର୍ନାଟକର କୋଲାର ଜିଲାର ସରକାରୀ ସ୍କୁଲରେ ମୁସଲିମ ଛାତ୍ରୀଛାତ୍ରଙ୍କୁ କ୍ଲାସରେ ନମାଜ ପାଠ କରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ନିଲମ୍ବିତ ହୋଇଛନ୍ତି...

କରୋନା ଲଢ଼େଇରେ ମହିଳା ଆଗରେ: ପୁରୁଷଙ୍କ ତୁଳନାରେ ଅଧିକ ଆଣ୍ଟିବଡ଼ି…

ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ତେବେ କରୋନା ଲଢ଼େଇରେ ମହିଳା ଆଗରେ ରହିଛନ୍ତି। ମହିଳାଙ୍କ ତୁଳନାରେ ଅଧିକ...

ଆଡଭାନୀଙ୍କ ସମସ୍ୟା ବଢ଼ାଇ ଦେଇଥିଲେ ରାଜେଶ ଖାନ୍ନା

ବଲିଉଡ୍‌ର ପ୍ରଥମ ସୁପରଷ୍ଟାର ଥିଲେ ରାଜେଶ ଖାନ୍ନା। ୬୦ ଓ ୭୦ ଦଶକର ଏହି ସୁପରଷ୍ଟାରଙ୍କ ଲୋକପ୍ରିୟତା ପ୍ରାୟତଃ ଶେଷ କରି ଦେଇଥିଲା ଭାରତୀୟ ଜନତା...

ଖାଦ୍ୟ ସୁରକ୍ଷାରେ ଆହ୍ବାନ ସୃଷ୍ଟି କରିଛି କରୋନା-ବିବାଦ-ଜଳବାୟୁ ପରିବର୍ତ୍ତନ : ଜୟଶଙ୍କର…

ନୂଆଦିଲ୍ଲୀ,୨୪।୧୧ : ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବିଶ୍ୱ ଖାଦ୍ୟ ସୁରକ୍ଷା ପାଇଁ ତିନୋଟି ପ୍ରମୁଖ ଆହ୍ବାନ ଭାବେ କରୋନା, ବିବାଦ ଏବଂ ଜଳବାୟୁ ପରିବର୍ତ୍ତନକୁ...

୫ ରାଜ୍ୟରେ ସ୍ଥିତି ଅଣାୟତ୍ତ…

ନୂଆଦିଲ୍ଲୀ, ୨୫।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week