ସୋମବାରଠାରୁ ଏହି ସହରରେ ଘର ଘର ବୁଲି ହେବ ଟିକାଦାନ…

ବିକାନେର୍‌,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଦେଶରେ ପ୍ରଥମ ଥର ପାଇଁ ରାଜସ୍ଥାନ ବିକାନେର୍‌ ସହରରେ ଘର ଘର ବୁଲି ଟିକାଦାନ କରାଯିବ। ସୋମବାରଠାରୁ ଏହି ଅଭିଯାନ ଆରମ୍ଭ ହେବ। ୪୫ ବର୍ଷ ଏବଂ ଏହାଠାରୁ ଅଧିକ ବୟସ୍କଙ୍କୁ ଘରେ ଟିକା ଦିଆଯିବାର ଯୋଜନା କରାଯାଇଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ନମ୍ବର ମାଧ୍ୟମରେ ଅନ୍‌ଲାଇନ୍‌ ପଞ୍ଜିକରଣ ମଧ୍ୟ କରାଯାଇ ପାରିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କମ୍‌ ସେ କମ୍‌ ୧୦ ଜଣଙ୍କ ପଞ୍ଜିକରଣ କରାଗଲେ ଟିକାଦାନ କରାଯିବ। ଏନେଇ ମେଡ଼ିକାଲ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ଟିକାଦାନ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କିଛି ସମୟ ପାଇଁ ଅନୁଧ୍ୟାନରେ ରଖାଯିବ।

Share