Posted inରାଜ୍ୟ

ଟିକାକରଣକୁ ବର୍ଷେ, ତଥାପି ଅପହଞ୍ଚ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ): ମହାମାରୀ କରୋନା ବିରୋଧରେ ଗତବର୍ଷ ଆଜିର ଦିନରେ ଆରମ୍ଭ ହୋଇଥିଲା ନିର୍ଣ୍ଣାୟକ ଲଢ଼େଇ। ବିପନ୍ନ ହୋଇପଡ଼ିଥିବା ଜୀବନ, ଜୀବିକା ପାଇଁ ନୂଆ ଆଶା ସଞ୍ଚାର କରିଥିଲା ୨ଟିକା କୋଭାକ୍ସିନ ଓ କୋଭିଶିଲ୍ଡ। ୨୦୨୧ ଜାନୁୟାରୀ ୧୬ରୁ ପର୍ଯ୍ୟାୟକ୍ରମେ ନାଗରିକଙ୍କୁ ଟିକାକରଣ କରାଯାଇଥିଲା। ପ୍ରଥମ ଦିନ ରାଜ୍ୟରେ ୧ ଲକ୍ଷ ୨ ହଜାର ୫୮ ଜଣ ଟିକା ନେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୫ କୋଟି ୪୧ ଲକ୍ଷ ୭୭ ହଜାର ୧୧୬ ଡୋଜ ଟିକା ଦିଆଯାଇଛି। ୩ କୋଟି ୧୦ ଲକ୍ଷ ୯୯ ହଜାର ୩୯୧ ଜଣ ପ୍ରଥମ ଡୋଜ୍‌ ଏବଂ ୨ କୋଟି ୨୮ ଲକ୍ଷ ୫୬ ହଜାର ୮୫୩ ଜଣ ଦ୍ୱିତୀୟ ଡୋଜ ନେଇଛନ୍ତି। ଉପାନ୍ତ ଅଞ୍ଚଳରେ ଟିକାକରଣ ଚ୍ୟାଲେଞ୍ଜ ଥିଲା। ସମସ୍ତଙ୍କ ସହଯୋଗରେ ଆଜି ଯାଏ ଟିକାକରଣ କରିପାରୁଛୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ. ବିଜୟ ପାଣିଗ୍ରାହୀ କହିଛନ୍ତି। ଏହାସତ୍ତ୍ୱେ ଅନେକ ଅଞ୍ଚଳକୁ ଟିକା ଅପହଞ୍ଚ ହୋଇଥିବାରୁ ବହୁ ଲୋକ ଏଥିରୁ ବଞ୍ଚିତ ହୋଇଛନ୍ତି। ତେବେ ରାଜ୍ୟ ସରକାର ଏହି କାର୍ଯ୍ୟକୁ ପ୍ରାଥମିକତା ଦେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିପାରୁନାହାନ୍ତି ସେମାନଙ୍କ ପାଇଁ ଘରକୁ ଯାଇ ଟିକା ଦିଆଯାଉଛି ବୋଲି ପାଣିଗ୍ରାହୀ କହିଛନ୍ତି। ଏକ ବର୍ଷ ମଧ୍ୟରେ ରାଜ୍ୟରେ ୨ କୋଟି ୬୫ ଲକ୍ଷ ୬୨ ହଜାର ୧୦୮ ପୁରୁଷ ଓ ୨ କୋଟି ୭୨ ଲକ୍ଷ ୯୫ ହଜାର ୭୪୮ ଜଣ ମହିଳା ଟିକା ନେଇସାରିଛନ୍ତି। ସେହିପରି ୭୧ଲକ୍ଷ ୧୦୬ଜଣ କୋଭାକ୍ସିନ ଡୋଜ୍‌ ନେଇଥିବା ବେଳେ ୪ କୋଟି ୬୯ ଲକ୍ଷ ୭୬ ହଜାର ୨୧୩ଜଣ କୋଭିଶିଲ୍ଡ ଟିକା ନେଇଛନ୍ତି। ଅନ୍ୟପଟେ ଗତ ୩ ତାରିଖରୁ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଇତିମଧ୍ୟରେ ରାଜ୍ୟରେ ଏହି ବର୍ଗର ୯ ଲକ୍ଷ ୬୪ ହଜାର ୬୩୯ ଜଣଙ୍କୁ ଟିକାକରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri