ପାଟଣାରେ କରୋନା ଯୋଦ୍ଧାଙ୍କୁ ଟିକାକରଣ

ପାଟଣା,୧୮।୧( ସ୍ବ.ପ୍ର):କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାରଠାରୁ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦେବାର ବ୍ୟବସ୍ଥା ହୋଇଛି। କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ଚିତ୍ତରଞ୍ଜନ ନାଏକଙ୍କ ଉପସ୍ଥିତିରେ ପାଟଣା ବଡିଓ ଈଶ୍ୱର ଚନ୍ଦ୍ର ନାଏକ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଡା. ଶୁଭେନ୍ଦୁ ସାଗର କୁମାର ନାଏକ, ଡା. ଚନ୍ଦ୍ରଭାନୁ ମହାନ୍ତ,ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସରୋଜିନୀ ସେଠୀ ଓ ବିପିଏମ ଦୀପକ କୁମାର ନାୟକଙ୍କ ସହ ସ୍ବାସ୍ଥ୍ୟକର୍ମୀ,ପୋଲିସ ଓ ନର୍ସମାନେ ଉପସ୍ଥିତ ଥିଲେ।