ମାସେ ଭିତରେ ପିଲାଙ୍କୁ ଟିକା: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ ମାସେ ଭିତରେ ଶେଷ ହେବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ୧୫ରୁ ୧୮ ବର୍ଷର ୨୩ ଲକ୍ଷ ୬୫ ହଜାର ପିଲା କୋଭାକ୍ସିନ୍‌ ଟିକା ନେବେ। ପ୍ରାୟ ୧୪ ଲକ୍ଷ ଡୋଜ୍‌ ଉପଲବ୍ଧ ଅଛି , ତେବେ ୧ରୁ ପଞ୍ଜିକରଣ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି। ଆବଶ୍ୟକ ଅନୁସାରେ ଟିକାକରଣ କେନ୍ଦ୍ର ଖୋଲିବାକୁ ସବୁ ଜିଲାକୁ ନିର୍ଦ୍ଦେଶ ଦିଆଯାଇଛି। ସଠିକ୍‌ ସମୟରେ ଟିକା ନେଲେ ମାସେ ଭିତରେ ଟିକାକରଣ ଶେଷ ହେବ। ସକାଳ ସମୟରେ ପିଲାଙ୍କ ସହ ଅଭିଭାବକଙ୍କୁ ଆସିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।