୧୫ରୁ ୧୭ ବର୍ଷ ବୟସ୍କ ପିଲାଙ୍କ ଟିକାକରଣ, ୧.୧୯ କୋଟି ଦ୍ୱିତୀୟ ଡୋଜ୍‌ ନେଇ ନାହାନ୍ତି…

ନୂଆଦିଲ୍ଲୀ,୧୭।୩ : କରୋନା ବିରୋଧୀ ଲଢ଼େଇରେ ଦେଶରେ ଇତିମଧ୍ୟରେ ୧୨ରୁ ୧୪ ବର୍ଷ ବୟସର ପିଲାମାନଙ୍କର ଟିକାକରଣ ଆରମ୍ଭ ହୋଇଛି। କିନ୍ତୁ ତୃତୀୟ ଲହର ପରେ ସଂକ୍ରମଣର ଗତି କମୁଥିବାରୁ ଟିକାକରଣ ବିଷୟରେ କୌଣସି ଗମ୍ଭୀରତା ଦେଖିବାକୁ ମିଳୁ ନାହିଁ। ଦେଶରେ ଜାନୁୟାରୀ ୩ ରୁ ୧୫ରୁ ୧୭ ବର୍ଷ ବୟସର ପିଲାମାନଙ୍କର ଟିକାକରଣ ଆରମ୍ଭ ହୋଇଥିଲା। କିନ୍ତୁ ଏହି ବୟସର ୧.୧୯ କୋଟିରୁ ଅଧିକ ପିଲା ପ୍ରଥମ ଡୋଜର ୪୫ ଦିନ ସମାପ୍ତ ହେବା ପରେ ମଧ୍ୟ ଦ୍ୱିତୀୟ ଡୋଜ ନେଇ ନାହାନ୍ତି।

ସେଥିମଧ୍ୟରୁ ବିହାରରେ ସର୍ବାଧିକ ୧୭.୯୧ ଲକ୍ଷ ପିଲା ଅଛନ୍ତି। ୩୧ ଜାନୁୟାରୀ ୨୦୨୨ ସୁଦ୍ଧା, ଦେଶର ୪.୬୬ କୋଟି ପିଲା ପ୍ରଥମ ଡୋଜ ନେଇଥିଲେ। ୪୫ ଦିନ ସମାପ୍ତ ହେବା ପରେ, ମାର୍ଚ୍ଚ ୧୫ ସୁଦ୍ଧା, ଦ୍ୱିତୀୟ ଡୋଜ ମାତ୍ର ୩.୪୭ କୋଟି ପିଲା ନେଇ ନାହାନ୍ତି। ୧.୧୯ କୋଟି ଅର୍ଥାତ୍‌ ୨୫.୫ ପ୍ରତିଶତ ପିଲାମାନଙ୍କର ଦ୍ୱିତୀୟ ଡୋଜ ପାଇଁ ସମୟ ଅତିକ୍ରମ ହୋଇଥିଲେ ବି ସେମାନେ ଏହାକୁ ନେବାକୁ ଆସି ନଥିବା କୁହାଯାଉଛି।

ଦେଶରେ ୧୫ ରୁ ୧୭ ବର୍ଷ ବୟସ ବର୍ଗରେ ୭.୪୦ କୋଟି ପିଲା ଅଛନ୍ତି। ସେଥିମଧ୍ୟରୁ କେବଳ ୫.୬୦ କୋଟି ପିଲା ପ୍ରଥମ ଡୋଜ ମାର୍ଚ୍ଚ ୧୫ ମଧ୍ୟରେ ନେଇଛନ୍ତି। ପ୍ରାୟ ୧.୮୦ କୋଟି ପିଲା ପ୍ରଥମ ଡୋଜ ମଧ୍ୟ ଦେଇନାହାନ୍ତି।

ଟିକାକରଣ ଜାତୀୟ ବୈଷୟିକ ପରାମର୍ଶଦାତା ଗ୍ରୁପ୍‌ର ଅଧ୍ୟକ୍ଷ ଡାକ୍ତର ଏନ୍‌.କେ. ଆରୋରା କହିଛନ୍ତି ଯେ ଚାଇନାରେ ମାମଲା ବଢୁୁଛି। ଓମିକ୍ରନ ଏବଂ ଡେଲଟା ଭାରିଆଣ୍ଟ୍‌ର ନୂତନ ସ୍ବରୂପ ଆସିବାର ଆଶଙ୍କା ରହିଛି। ଏହି କାରଣରୁ ପିଲାମାନଙ୍କର ଟିକାକରଣ କରାଯିବା ଜରୁରୀ।

କେନ୍ଦ୍ର ସରକାରଙ୍କ ଅନୁଯାୟୀ, ୧୨ ରୁ ୧୪ ବର୍ଷ ବୟସର ୨.୫ ଲକ୍ଷରୁ ଅଧିକ ପିଲା ବୁଧବାର ପ୍ରଥମ ଡୋଜ ନେଇଛନ୍ତି। ଦେଶରେ ୧୨ରୁ ୧୪ ବର୍ଷ ବୟସ ବର୍ଗରେ ୪.୭ କୋଟି ପିଲା ଅଛନ୍ତି। ସେମାନଙ୍କୁ ୨୮ ଦିନର ବ୍ୟବଧାନରେ ବାୟୋଲୋଜିକାଲ-ଇ’ର କର୍ବେଭାକ୍ସ ଟିକା ଦିଆଯିବ। ବୁଧବାର ଠାରୁ, ୬୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବୃଦ୍ଧ ବ୍ୟକ୍ତି ମଧ୍ୟ ବୁଷ୍ଟର୍‌ ଡୋଜ ନେବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri