Categories: ଜାତୀୟ

ଫେବୃଆରୀ-ମାର୍ଚ୍ଚରେ ୧୨ ରୁ ୧୪ ବର୍ଷର ଶିଶୁଙ୍କୁ ଟିକା…

ନୂଆଦିଲ୍ଲୀ, ୧୭।୧ : ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଇତିମଧ୍ୟରେ ଜାନୁୟାରୀ ୩ରୁ ୧୫ରୁ ୧୮ ବୟସ୍କ ପିଲାଙ୍କୁ ଟିକାଦାନ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଜାତୀୟ ଟିକାକରଣ ବୈଷୟିକ ପରାମର୍ଶଦାତା ଗ୍ରୁପ୍‌ର ଅଧ୍ୟକ୍ଷ ଡାକ୍ତର ଏନ.କେ. ଆରୋରା କହିଛନ୍ତି ଯେ ଦେଶରେ ୧୨ ରୁ ୧୪ ବର୍ଷର ଶିଶୁଙ୍କ କରୋନା ଟିକାକରଣ ଫେବୃଆରୀ କିମ୍ବା ମାର୍ଚ୍ଚର ଶେଷ ସପ୍ତାହରୁ ଆରମ୍ଭ ହୋଇପାରେ।

ସେ କହିଛନ୍ତି ଯେ ଜାନୁୟାରୀ ଶେଷ ସୁଦ୍ଧା ୧୫ ରୁ ୧୮ ବର୍ଷ ବୟସର କିଶୋରମାନଙ୍କୁ ପ୍ରଥମ ଡୋଜ ଏବଂ ଫେବୃଆରୀ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ଦେବା ସରକାର ଲକ୍ଷ୍ୟ ରଖିଛନ୍ତି।

ଭାରତ ସରକାରଙ୍କ ପକ୍ଷରୁ କରୋନା ମହାମାରୀର ମୁକାବିଲା ଲାଗି ୧୬ ଜାନୁୟାରୀ ୨୦୨୧ରୁ ଟୀକାକରଣ ଅଭିଯାନର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରାଯାଇଥିଲା। ଏହା ପରେ ମାର୍ଚ୍ଚ ୧ ରୁ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ମେ‘ ୧ ତାରିଖରୁ ଦେଶର ସମସ୍ତ ବୟସ୍କଙ୍କ ପାଇଁ ଟିକାକରଣକୁ ମଞ୍ଜୁରୀ ମିଳିଥିଲା।

 

Share