ଛତ୍ରପୁରରେ ୧୮-୪୪ ବର୍ଷୀୟଙ୍କ ପାଇଁ  ଟିକାକରଣ ଆରମ୍ଭ

ଛତ୍ରପୁର,୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ୩ଟି ସ୍ଥାନରେ ୧୮ରୁ ୪୪ ବର୍ଷୀୟଙ୍କ ପାଇଁ ଟିକାକରଣ ସୋମବାରଠାରୁ ଆରମ୍ଭ ହୋଇଛି। ଟିକାକରଣକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଶୁଭାରମ୍ଭ କରିଥିଲେ । ପୂର୍ବରୁ ଜିଲାରେ ୧୮ରୁ୪୪ ବର୍ଷୀୟଙ୍କୁ କରୋନା ଟିକା ନେବା ପାଇଁ ବ୍ରହ୍ମପୁର ଯିବାକୁ ପଡୁଥିଲା। ଯାହାଫଳରେ ବହୁ ଲୋକ ଟିକାନେବାରୁ ବଞ୍ଚିିତ ହେଉଥିଲେ । ଛତ୍ରପୁର ଏନ୍‌ଏସି କଲ୍ୟାଣମଣ୍ଡପ , ପୁତି ଗୋପାଳପୁର ସ୍କୁଲ ଓ ଛତ୍ରପୁର ହସ୍ପିଟାଲରେ ଏହି ଟିକାକାରଣ ଚାଲିଛି।