ଘର ଘର ବୁଲି ଟିକା…

ନୂଆଦିଲ୍ଲୀ,୨।୧୧: କରୋନା ମହାମାରୀ ଲଢ଼େଇରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘର ଘର ବୁଲି ଟିକା ଦାନ ଅଭିଯାନ ଆରମ୍ଭ କରୁଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ମେଗା ଟିକାଦାନ ଅଭିଯାନ ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ସ୍ବାସ୍ଥ୍ୟକର୍ମୀ ଘର ଘର ବୁଲି ପ୍ରଥମ ଅବା ଦ୍ୱିତୀୟ ଡୋଜ୍‌ ନେଇ ନ ଥିବା ଲୋକଙ୍କୁ ଟିକା ଦେବେ।

ଇତିମଧ୍ୟରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ୭୭ ପ୍ରତିଶତଙ୍କୁ ପ୍ରଥମ ଡୋଜ୍‌ ଟିକାକରଣ କରାଯାଇଛି। ଅପରପକ୍ଷରେ ୩୨ ପ୍ରତିଶତଙ୍କୁ ଉଭୟ ଡୋଜ୍‌ ପ୍ରଦାନ କରାଯାଇଛି। ତେବେ ୧୧ କୋଟିରୁ ଅଧିକ ଲୋକ ପ୍ରଥମ ଡୋଜ୍‌ ନେଇ ଦ୍ୱିତୀୟ ଡୋଜ୍‌ର ସମୟ ବିତି ଯାଇଥିଲେ ମଧ୍ୟ ଏହା ନେଇ ନାହାନ୍ତି।

ଘର ଘର ଟିକା ଅଭିଯାନରେ ଦେଶର ୪୮ଟି ଜିଲା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏସବୁ ଜିଲାରେ ୫୦ ପ୍ରତିଶତରୁ କମ୍‌ ଜନସଂଖ୍ୟା ଟିକା ନେଇଛନ୍ତି।

Share