Categories: ରାଜ୍ୟ

ଦିନକେ ଲକ୍ଷେ ବରିଷ୍ଠଙ୍କୁ ଟିକା

ଭୁବନେଶ୍ୱର, ୧୫।୩ – ଓଡ଼ିଶାରେ ସୋମବାର ୧ ଲକ୍ଷ ୨୭୩ ଜଣ ବରିଷ୍ଠ ନାଗରିକଙ୍କୁ କରୋନା ଟିକା ଦିଆଯାଇଛି। ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ ଟିକା ନେଉଥିବା ବରିଷ୍ଠ ନାଗରିକଙ୍କ ସଂଖ୍ୟା ଏକ ଲକ୍ଷ ପାର ହୋଇଛି। ଏଥି ନେଇ ଟିକାକରଣ ଟିମ୍‌କୁ ଧନ୍ୟବାଦ୍‌ ଦେଇଛି ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବରିଷ୍ଠ ନାଗରିକଙ୍କ ବ୍ୟତୀତ ବିଭିନ୍ନ ରୋଗରେ ପୀଡ଼ିତ ଥିବା ୨୧ ହଜାର ୨୯୯ ଜଣ ଟିକା ନେଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ କରାଇଥିବା ଲୋକଙ୍କ ସଂଖ୍ୟା ୧୨ ଲକ୍ଷ ୮୧ ହଜାର ୩୬୨ରେ ପହଞ୍ଚିଛି। ଏ ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।