ପିଲାଙ୍କୁ ଟିକା, ମା-ବାପାଙ୍କ ମୋବାଇଲ୍‌ ନମ୍ବରରୁ କରିହେବ ପଞ୍ଜିକରଣ…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଙ୍କଟ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ୨୦୨୨ ଜାନୁୟାରୀ ୧ଠାରୁ କୋ-ଓ୍ବିନ୍‌ ପ୍ଲାଟର୍ଫମରେ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ପଞ୍ଜିକରଣ ଆରମ୍ଭ ହେବ। ୨୦୦୭ ଏବଂ ଏହା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ପିଲାଙ୍କୁ ଭାରତ ବାୟୋଟେକ୍‌ ଦ୍ୱାରା ବିକଶିତ କରାଯାଇଥିବା କୋଭାକ୍ସିନ୍‌ ଟିକା ପ୍ରଦାନ କରାଯିବ। ପଞ୍ଜିକରଣ ପାଇଁ ଆଧାର କାର୍ଡର ଆବଶ୍ୟକତା ରହିଛି। ମାତ୍ର କେତେକ ପିଲାଙ୍କ ପାଖରେ ଆଧାର କାର୍ଡ ନାହିଁ। ତେଣୁ ସେଭଳି ପିଲାମାନଙ୍କ ପଞ୍ଜିକରଣ ସ୍କୁଲ ଆଇଡି କାର୍ଡ ଦ୍ୱାରା ମଧ୍ୟ କରାଯାଇପାରିବ। ସେହିପରି ପିଲାମାନେ ମା-ବାପାଙ୍କ ମୋବାଇଲ୍‌ ନମ୍ବରରୁ ପଞ୍ଜିକରଣ କରିପାରିବେ। ପଞ୍ଜିକରଣ ପାଇଁ ଦଶମ ଶ୍ରେଣୀ ମାର୍କସିଟ୍‌ ମଧ୍ୟ ପ୍ରଦାନ କରାଯାଇ ପାରିବ । ଏହା ଅନ୍ତର୍ଗତ ଦେଶର ପ୍ରାୟ ୧୦ କୋଟି ପିଲାଙ୍କୁ ଟିକା ଦିଆଯିବ।

Share