କ୍ୟାପିଟାଲ ହସ୍ପିଟାଲରେ ଖାଦ୍ୟ ବିଶେଷଜ୍ଞ ପଦବୀ ଖାଲି

ଭୁବନେଶ୍ୱର,୨୭।୮(ଅଭିଜିତ ଦାସ)ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଲାଗି ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ଇତି ମଧ୍ୟରେ ମେଡିକାଲ କଲେଜ ଖୋଲାଯିବା ସହ ହସ୍ପିଟାଲର ରୂପରେଖ ବଦଳୁଛି। ହେଲେ ବହୁ ବିଭାଗରେ ଡାକ୍ତର ପଦବୀ ଖାଲି ପଡିଥିବାରୁ ରୋଗୀ ସେବା ପ୍ରଭାବିତ ହେଉଛି। ସେହିଭଳି ଦୁଇବର୍ଷ ହେବ ଏଠାରେ କୌଣସି ଖାଦ୍ୟ ବିଶେଷଜ୍ଞ ନାହାନ୍ତି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟାକୁ ଦେଖିଲେ ଅତି କମ୍‌ରେ ୩ଜଣ ଖାଦ୍ୟ ବିଶେଷଜ୍ଞଙ୍କ ଆବଶ୍ୟକତା ରହିଥିଲେ ମଧ୍ୟ କେହି ନ ଥିବାରୁ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ କ’ଣ ତାହା ସ୍ପଷ୍ଟ ହେଉନି। ଅନ୍ୟପକ୍ଷରେ ଗତ ଦୁଇବର୍ଷ ହେବ କ୍ୟାପିଟାଲ ହସ୍ପିଟାଲରେ ଖାଦ୍ୟ ଯୋଗାଣ ଦାୟିତ୍ୱ ନେଇଥିବା ଏନ୍‌ଆଇପିଏସ୍‌ ସଂସ୍ଥାର ଅବଧି ଆସନ୍ତା ମାସରେ ଶେଷ ହେଉଛି।
ନିକଟରେ ରାଜ୍ୟ ସରକାର ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀଙ୍କୁ ଦୈନିକ ଦିଆଯାଉଥିବା ଖାଦ୍ୟର ଦର ୩୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଉତ୍ତମ ଓ ପୁଷ୍ଟିକର ଖାଦ୍ୟ ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରୋଗୀଙ୍କ ଖାଦ୍ୟର ମାନ ଯାଞ୍ଚକୁ ଗୁରୁତ୍ୱ ଦିଆଯାଉନାହିଁ। କ୍ୟାପିଟାଲ ହସ୍ପିଟାଲରେ ଖାଦ୍ୟ ବିଶେଷଜ୍ଞ ପଦ ଖାଲି ପଡିଥିବାବେଳେ ନୂଆ ନିଯୁକ୍ତିରେ ଅହେତୁକ ବିଳମ୍ବ ହୋଇଛି। ଏପର୍ଯ୍ୟନ୍ତ ୮ରୁ ଅଧିକ ଲୋକ ଉକ୍ତ ପଦବୀ ପାଇଁ ଆବେଦନ କରିଥିବାବେଳେ କର୍ତ୍ତୃପକ୍ଷ ଆବେଦନକାରୀଙ୍କ ଦରଖାସ୍ତ ବିଭାଗକୁ ପଠାଇଥିବା ଜଣାପଡ଼ିଛି। ହେଲେ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ। କ୍ୟାପିଟାଲ ହସ୍ପିଟାଲ ପିଜିଆଇଏମଇଆର୍‌ ପରିଣତ ହେବା ପରେ ଦୈନିକ ରୋଗୀ ସଂଖ୍ୟା ୫ ହଜାର ଛୁଇଁଲାଣି। ଏହାସହିତ ଭେଷଜରୁ ଆରମ୍ଭ କରି ଅସ୍ଥିଶଲ୍ୟ ବିଭାଗ ଏବଂ ହୃଦ ବିଭାଗରୁ ନେଇ କର୍କଟ ଆଦି ୧୮ଟି ବିଭାଗରେ ପ୍ରାୟ ୬୦୦ରୁ ଅଧିକ ଶଯ୍ୟା ରହିଛି। ଏହାବାଦ ବି ଅନେକ ରୋଗୀଙ୍କୁ ଅତିରିକ୍ତ ଶଯ୍ୟା ଯୋଗାଇ ଦିଆଯାଉଛି। ଏହି ସବୁ ରୋଗୀ ଦୈନିକ ସକାଳ, ମଧ୍ୟାହ୍ନ ଓ ରାତ୍ରିଭୋଜନ ଗ୍ରହଣ କରୁଛନ୍ତି, ମାତ୍ର ତାହାର ମାନ ଯାଞ୍ଚ କରିବାକୁ ଅଧିକାରୀ ନାହାନ୍ତି। ବିନା ବିଶେଷଜ୍ଞଙ୍କ ଯାଞ୍ଚରେ ୬୦୦ରୁ ଅଧିକ ରୋଗୀଙ୍କୁ ଖାଦ୍ୟ ଦିଆଯାଉଛି। ପୂର୍ବରୁ ଏଠାରେ ଜଣେ ବିଶେଷଜ୍ଞ ଥିବାବେଳେ ଖାଦ୍ୟ ପ୍ରସ୍ତୁତି ପରେ ଖାଦ୍ୟର ମାନ ଯାଞ୍ଚ କରୁଥିଲେ। ଏହାଛଡା ଖାଦ୍ୟ କର୍ମଚାରୀଙ୍କ ସ୍ବଚ୍ଛତା ସହିତ ମାସିକ ବିଲ, ଖାଦ୍ୟ ପ୍ରସ୍ତୁତିର ଡକ୍ୟୁମେଣ୍ଟ ଓ ଡିସଚାର୍ଜ ସମୟରେ ରୋଗୀ ଆଗକୁ କ’ଣ ଖାଇବେ ପରାମର୍ଶ ଦେଇଥାନ୍ତି। ଦୀର୍ଘଦିନ ହେଲା ଏହି କାର୍ଯ୍ୟ ବନ୍ଦ ରହିଛି। ବର୍ତ୍ତମାନ ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ୱରେ ଥିବା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ରଫେସନାଲ ଷ୍ଟଡିଜ୍‌ର ପ୍ରାୟ ୧୫ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହି ସଂସ୍ଥାର ଅବଧି ଆସନ୍ତା ମାସରେ ଶେଷ ହେଉଥିବାରୁ ନୂଆ ସଂସ୍ଥା ନିୟୋଜନ ପାଇଁ ନିକଟରେ ଏକ ବୈଠକ ହୋଇଥିଲା। ଏଥିରେ ଟେଣ୍ଡର ପ୍ରକ୍ରିୟା ପାଇଁ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକସ୍ଥଳେ ଉକ୍ତ ସଂସ୍ଥାର ଅବଧି ଏକ ମାସ ବୃଦ୍ଧି କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ଟର ଲକ୍ଷ୍ମୀଧର ସାହୁ କହିଛନ୍ତି, ଏବାବଦରେ ସରକାରଙ୍କୁ ଚିଠି ଲେଖି ଅବଗତ କରିଛୁ। ଖୁବ୍‌ଶୀଘ୍ର ଏକ୍ଷେତ୍ରରେ ନିଯୁକ୍ତି ମିଳିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri