ଭାବର ଠାକୁର

ଭକ୍ତ ଭାବରେ ବନ୍ଧା କାଳିଆ ଠାକୁର। ସେଇଥିପାଇଁ ତ ବର୍ଷରେ ଥରେ ରତ୍ନବେଦି ଛାଡ଼ି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଚାଲି ଆସନ୍ତି ଭକ୍ତ ପାଖକୁ ବଡ଼ଦାଣ୍ଡକୁ। ଆଉ ରଥଉପରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନରେ ଭକ୍ତ ବି ହୋଇଉଠନ୍ତି ବିଭୋର। ତେବେ ଏହି ଭାବଭକ୍ତିପୂର୍ଣ୍ଣ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ସାମିଲ ହେବାର ସୁଯୋଗ ପାଇଥିବା କେତେଜଣ ମହିଳା ଯାହା କୁହନ୍ତି ନିଜ ଅନୁଭୂତି ସମ୍ପର୍କରେ…

କାଳିଆର ମାୟା ଅପାର
ମନସ୍ମିତା ଦାସ(ପେଣ୍ଠକଟା, ପୁରୀ)- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାରେ ସାମିଲ ହୋଇ ବେଶ୍‌ ଭାଗ୍ୟବାନ୍‌ ମନେକରୁଛି। ଘର ବ୍ରହ୍ମପୁର ହୋଇଥିଲେ ମଧ୍ୟ ପିଲାବେଳେ ପରିବାର ଲୋକେ ପୁରୀ ଚାଲିଆସିଥିଲେ ଏବଂ ପୁରୀରେ ବାହାହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନ ସହ ତାଙ୍କ ଘୋଷଯାତ୍ରାରେ ସାମିଲହେବାର ସୌଭାଗ୍ୟ ପାଉଛି। ରଥ ଟାଣିବା ଓ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଉଥିବାରୁ ନିଜକୁ ଭାଗ୍ୟବାନ୍‌ ମନେକରୁଛି। ମନେପଡୁଛି କଲେଜରେ ପଢ଼ୁଥିବା ବେଳର ଘଟଣା। ଏକ କ୍ୟାମ୍ପରେ ବଡ଼ଦାଣ୍ଡରେ ଭକ୍ତଙ୍କ ସେବାରେ ଯୋଗଦେଇଥିଲି। ପହଣ୍ଡି ବିଜେ ସମୟରେ ସାହସକରି ଗହଳିରେ ପଶି ଜଗା ଦର୍ଶନ କରିବାକୁ ଖୁବ୍‌ ଚେଷ୍ଟା କରିବା ସତ୍ତ୍ୱେ ବିଫଳହୋଇ ମନ ଦୁଃଖରେ ଫେରି ଆସୁଥିଲି। ହେଲେ ହଠାତ୍‌ ମନେହେଲା କେହି ଯେମିତି ପଛରୁ ଡାକୁଛି। ସେ ଅପରୂପ ମନୋହର କାଳିଆର ମାୟା ଅପାର! ଏତେ ଗହଳି ମଧ୍ୟରେ ବି ମୁଁ ଚକାଆଖିର ଝଲକ ଦେଖିବାକୁ ପାଇଥିଲି। ମୋ ଆଖି ଆନନ୍ଦାଶ୍ରୁରେ ଉଛୁଳି ପଡ଼ିଥିଲା। ତା’ପରେ ପରିବାର ସହ ଯାଇ ରଥରେ ପ୍ରଭୁଙ୍କ ଦର୍ଶନ କରିଥିଲି। ସତରେ ରଥରେ ସେ ଦୟାମୟଙ୍କୁ ଦେଖିବାର ଅନୁଭୂତି ନିଆରା।
ବିନା କର୍ଡନ ପାସ୍‌ରେ ରଥ ଟାଣିଲି
ପ୍ରିୟମ୍ବଦା ତ୍ରିପାଠୀ(ଅଧ୍ୟାପିକା, ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ)- କିଛି ବର୍ଷ ତଳର କଥା। ବଡ଼ଦାଣ୍ଡରେ ରଥ ଦଉଡ଼ି ଟାଣିବା ଲାଗି ପୁରୀ ଧାଇଁ ଆସିଥିଲି। ହେଲେ ଇଚ୍ଛା କଲେ ମଧ୍ୟ କଡର୍ନ ପାସ୍‌ ପାଇପାରି ନ ଥିଲି। ତେଣୁ ସିଂହଦ୍ୱାର ସାମ୍ନାସାହିର ତିନି ମହଲା କୋଠା ଉପର ଛାତରେ ମୁଁ ରଥଯାତ୍ରା ଦେଖିବା ପାଇଁ ବସିଥିଲି। ରନତ୍ ସିଂହାସନରୁ ଧାଡ଼ି ପହଣ୍ଡିରେ ଆସିବାବେଳେ ବାଇଶି ପାହାଚଠାରୁ ପହଣ୍ଡି ଦେଖାଯାଉଥିଲା। ପୋଲିସ କର୍ଡନ ଭିତରେ ରଥଗୁଡ଼ିକ ରହିଥିଲା। ଏଭଳି ଭାବେ ପ୍ରଭୁ ସୁଦର୍ଶନ, ଦେବୀ ସୁଭଦ୍ରା ଓ ମହାପ୍ରଭୁ ବଳଭଦ୍ରଙ୍କର ପହଣ୍ଡି ଶେଷହୋଇ ସେମାନେ ରଥାରୂଢ଼ ହୋଇସାରିଥିଲେ। ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହେଲାବେଳେ ଲୋଭ ସମ୍ଭାଳି ନ ପାରି ପାଖରୁ ଦର୍ଶନ ପାଇଁ ଛାତରୁ ତଳକୁ ଓହ୍ଲାଇଲି। ରଥକୁ ନେବା ବେଳକୁ କର୍ଡନ ଉଠିଗଲା। ଏପରି ସମୟରେ ପହଣ୍ଡି ସହିତ ରଥ ପାଖକୁ ଯାଇ ପାରିଲି। ଏକ ଅଲୌକିକ ଘଟଣା ଭଳି ମୋତେ କର୍ଡନର ପାସ୍‌ ଆବଶ୍ୟକତା ପଡ଼ି ନ ଥିଲା। ସେ କର୍ଡନ ଭିତରେ ରଥ ଟାଣିବା ଯାଏଁ ମୁଁ ଓ ଅନ୍ୟ କେତେଜଣ ଭକ୍ତ ଠିଆହୋଇ ପାରିଥଲୁ। କିନ୍ତୁ ଛେରା ପହଁରା ବେଳକୁ ମୋତେ ଓ ମୋ ସହ ଅନ୍ୟ ଲୋକଙ୍କୁ କର୍ଡନ ବାହାରେ ରଥ ଦଉଡ଼ି ନିକଟରେ ଠିଆହେବାକୁ କୁହାଯାଇଥିଲା। ସେତେବେଳର ଘଟଣା ମନେପଡ଼ିଲେ ଅନୁଭବ ହେଉଥାଏ ଯନ୍ତ୍ର ଭଳି ମହପ୍ରଭୁଙ୍କ ନିର୍ଦ୍ଦେଶ ପାଳନ ହେଉଛି। ରଥଟଣା ହେବାବେଳେ ମୋ ସହିତ ଅନ୍ୟ କେତେଜଣ ଭକ୍ତ ଭକ୍ତିର ସହ ଠାକୁରଙ୍କର ନାମକୀର୍ତ୍ତନରେ ଭାଗନେଇ ପାରିଥିଲୁ। ଖରା ପ୍ରବଳ ହେଉଥିଲା କିନ୍ତୁ ଜଳସିଞ୍ଚନ ଓ ଈଶ୍ୱର କୃପା ଯୋଗୁ ବାଧା ଜଣାପଡୁ ନ ଥିଲା। ଶ୍ରୀଜୀଉଙ୍କର ଛଡ଼ା ତୁଳସୀ ସୁବିଧାରେ ମିଳିପାରିଥିଲା।
ପ୍ରଭୁଙ୍କ ଦର୍ଶନ ଲାଗି ମନ ବ୍ୟାକୁଳ
ସତ୍ୟଭାମା ସାହୁ (ପଲଟନ ପଡ଼ିଆ, ଖୋର୍ଦ୍ଧା)- ମହାପ୍ରଭୁଙ୍କ ଦର୍ଶନରେ ଅପୂର୍ବ ଆନନ୍ଦ ମିଳେ। ତେଣୁ ପ୍ରତିବର୍ଷ ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ସପରିବାର ଯାଉ। ହେଲେ ଇଚ୍ଛା ଥିଲେ ବି ଏବେ ବୟସର ଅପରାହ୍ନରେ ତାଙ୍କୁ ଦର୍ଶନ କରିିବାର ସୁଯୋଗ ମିଳୁନାହଁି। ଏତେ ଭିଡ ଭିତରେ ନିଜକୁ ସମ୍ଭାଳି ରଥଟାଣିବାକୁ ଆଉ ସାହସ ପାଉନି। ହେଲେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ମନ ସବୁବେଳେ ବ୍ୟାକୁଳ। ମୋ ନାତି ଶ୍ରୀଜଗନ୍ନାଥଙ୍କ ଭଳିକି ଭଳି ଚିତ୍ର ଅଙ୍କନ କରୁଛି। ରଥ ନିର୍ମାଣକରି ମହାପ୍ରଭୁ୍‌ଙ୍କୁ ବିଜେକରାଇ ରଥ ଟାଣୁଛି। ଏହାକୁ ଦେଖି ଆନନ୍ଦିତ ହେଉଛି। ହେଲେ ସେ ଆଡ଼ପ ଦର୍ଶନର ବର୍ଣ୍ଣନା ଅବର୍ଣ୍ଣନୀୟ।
ଚକାଆଖିରେ ମନ ଲାଖିଯାଏ
ତପସ୍ବିନୀ ନାଗ(ଅବକାଶ ଲେନ୍‌, ପୁରୀ)- ଘୋଷଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ଭାଗ୍ୟରେ ଥିଲେ ମିଳେ। ସେଥିପାଇଁ କାହିଁ କେତେ ଦୂରରୁ ଭକ୍ତଙ୍କ ସୂଅ ଛୁଟିଆସେ ବଡଦାଣ୍ଡକୁ। ସେ ପରମବ୍ରହ୍ମ, ଲୀଲାମୟ ଠାକୁର। ଧରାପୃଷ୍ଠରେ ସେ ମାନବୀୟ ଲୀଳା କରୁଛନ୍ତି। ବଡ଼ଦାଣ୍ଡରେ ଠିଆହୋଇ ହାତଟେକି ଦେଇ ହେ କାଳିଆ ସାଆନ୍ତ ବୋଲି ଡାକିଦେଲେ ଆନନ୍ଦ କହିଲେ ନ ସରେ। ମହାପ୍ରଭୁଙ୍କ ଚକାନୟନରେ ଆଖି ଲାଗିଗଲେ, ଆଉ କିଛି ଆବଶ୍ୟକ ପଡ଼େ ନାହିଁ। ଚକାଆଖିରେ ମନ ଲାଖିଯାଏ।
ନିଜକୁ ଭାଗ୍ୟବାନ୍‌ ମନେକରୁଛି
ମିକି ସୁଏସୁଗୁ(ଇନୁୟାମା, ଆଇଚି, ଜାପାନ)- ଜଗନ୍ନାଥଙ୍କ ପ୍ରେମ ମୋତେ ସୁଦୂର ଜାପାନରୁ ପୁରୀକୁ ଟାଣି ଆଣିଛି। ଯେହେତୁ ଶ୍ରୀମନ୍ଦିର ଭିତରେ ଦର୍ଶନ ହୋଇପାରିବ ନାହିଁ ତେଣୁ ବଡ଼ଦାଣ୍ଡରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାରେ ଅଂଶଗ୍ରହଣକରି ରଥାରୂଢ଼ ପ୍ରଭୁଙ୍କ ଦର୍ଶନ କରିବାକୁ ନେଇ ବେଶ୍‌ ଉତ୍କଣ୍ଠିତ। ମହାପ୍ରଭୁଙ୍କ ଦୟାରୁ ଏହି ସମୟରେ ପୁରୀ ଭଳି ପବିତ୍ର ସ୍ଥାନ ପରିଦର୍ଶନ କରିବାକୁ ଆସିପାରିଥିବାରୁ ନିଜକୁ ଭାଗ୍ୟବାନ୍‌ ମନେକରୁଛି।
ଏଠାକାର ଲୋକମାନଙ୍କ ଶାନ୍ତ ସ୍ବଭାବ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସୁନ୍ଦର ବ୍ୟବହାର ମୋତେ ଆହୁରି ଭକ୍ତିମୟ କରୁଛି। ତେବେ ଏହା କାଳିଆ ଠାକୁରଙ୍କ ପ୍ରତି ଥିବା ସେମାନଙ୍କ ଭଲପାଇବା ବୋଲି ଜଣାପଡୁଛି। ତା’ଛଡ଼ା ପୁରୀର ସୁନ୍ଦର ଦୃଶ୍ୟ ବି ମୋତେ ବିମୋହିତ କରିଛି। ସଭିଙ୍କ ଭଳି ମୋତେ ବି ‘ଜୟ ଜଗନ୍ନାଥ’ କହି ସମସ୍ତଙ୍କ ସହ କଥା ହେବାରେ ଏକ ଭିନ୍ନ ଆନନ୍ଦ ମିଳୁଛି। ରଥଯାତ୍ରା ଉପଲକ୍ଷେ ସମସ୍ତ ଶ୍ରଦ୍ଧାଳୁଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ମତେ ବାରମ୍ବାର ଏହି ଉତ୍ସବରେ ସାମିଲ କରିବା ଲାଗି ମହାପ୍ରଭୁଙ୍କ ନିକଟରେ ଅଳି କରୁଛି।
ଶ୍ରୀକ୍ଷେତ୍ରରେ ରଥଯାତ୍ରା ନିଆରା
କଳ୍ପନା ପାଣିଗ୍ରାହୀ (ଗୋଷାଣୀନୂଆଗାଁ, ବ୍ରହ୍ମପୁର)- ସ୍କୁଲ କାମ ବ୍ୟସ୍ତତା ମଧ୍ୟରେ ଶ୍ରୀକ୍ଷେତ୍ରକୁ ଯିବାକୁ ଇଚ୍ଛା ଥିଲେ ବି ସୁଯୋଗ ମିଳେନାହିଁ। ହେଲେ ଚଳିତ ବର୍ଷ ଆମେ ୫ଜଣ ସାଙ୍ଗ ଏକାଠି ହୋଇଛୁ ଘୋଷଯାତ୍ରାରେ ସାମିଲ ହେବାପାଇଁ। ରଥାରୂଢ଼ ଠାକୁରଙ୍କ ଦର୍ଶନ ସହ ରଥ ଟାଣିବାକୁ ମନସ୍ଥ କରିଛୁ। ନିଜ ଅଞ୍ଚଳରେ ରଥଯାତ୍ରା ଯେତେ ଦେଖିଲେ ବି ଶ୍ରୀକ୍ଷେତ୍ରରେ ରଥାରୂଢ଼ ଶ୍ରୀଜୀଉଙ୍କ ଦର୍ଶନରେ ଏକ ନିଆରା ଭାବ ରହିଛି।
ଭକ୍ତର ମନ ବୁଝନ୍ତି ମହାପ୍ରଭୁ
ଲିନୁ ନାୟକ(କର୍ମଜୀବୀ, କେନ୍ଦ୍ରାପଡ଼ା)- ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହେବାର ସୁଯୋଗ ମିଳେ। ଆଜି ରଥଯାତ୍ରାରେ ସାମିଲହୋଇ ନିଜକୁ ଭାଗ୍ୟବାନ୍‌ ମନେକରୁଛି। ସାରା ବିଶ୍ବକୁ ଦର୍ଶନଦେବା ପାଇଁ ମହାପ୍ରଭୁ ଶ୍ରୀମନ୍ଦିର ଛାଡ଼ି ରଥାରୂଢ଼ ହୋଇଛନ୍ତି। ଶ୍ରୀବିଗ୍ରହମାନଙ୍କ ରଥ ସ୍ପର୍ଶକରି ଜୀବନର ସବୁ ଅଭିଳାଷ ପୂର୍ଣ୍ଣ ହୋଇଛି। ସାରା ବିଶ୍ବକୁ ମହାପ୍ରଭୁ ତାଙ୍କ ଚକ୍ର ଆଢ଼ୁଆଳରେ ରଖିଥାନ୍ତୁ ଏହାହିଁ ପ୍ରାର୍ଥନା। ମହାପ୍ରଭୁଙ୍କ କୃପାରୁ ଏବେ କିଛି ବର୍ଷ ହେବ ପୁରୀରେ ନିଯୁକ୍ତି ପାଇଛି। ପ୍ରଥମେ ପ୍ରଥମେ ପୁରୀ ଆସିଥିବା ବେଳେ ଦିନେ ରାତିରେ ମା’ଙ୍କ ଦେହ ଖରାପ ହେଲା। କିନ୍ତୁ ପାଖରେ କେହି ନ ଥିବାରୁ କେମିତି ଡାକ୍ତରଖାନା ନେବି ଚିନ୍ତାରେ ପଡ଼ିଗଲି। ଏଣେ ନୂଆ ଆସିଥିବାରୁ କେହି ଭଲ ଭାବେ ଚିହ୍ନା ମଧ୍ୟ ହୋଇ ନ ଥିଲେ। ଏ ଅବେଳରେ କାହାକୁ ସାହାଯ୍ୟ ମାଗିବି ବୋଲି ବିକଳରେ ମହାପ୍ରଭୁଙ୍କୁ ଡାକୁଥିଲି। ଠିକ୍‌ ଏହି ସମୟରେ ଜଣେ ବନ୍ଧୁ ହଠାତ୍‌ ଘରେ ଆସି ପହଞ୍ଚତ୍ଲେ। ତାଙ୍କ ସହାୟତାରେ ମା’ଙ୍କୁ ନେଇ ମେଡିକାଲ ଗଲି। ସେ ସୁସ୍ଥ ହୋଇ ଫେରିଲେ। ଭକ୍ତ ଭାବରେ ବନ୍ଧା କାଳିଆ ଠାକୁର ଭକ୍ତର ମନ ବୁଝିପାରନ୍ତି ବୋଲି ଶୁଣିଥିଲି। ସେଦିନ ମହାପ୍ରଭୁଙ୍କ କୃପା ନିଜ ଅଙ୍ଗେ ନିଭାଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri