ଅଭିନୟ ପୂର୍ବରୁ ହୋଟେଲରେ କାମ କରୁଥିଲେ ବାଣୀ

ମୁମ୍ବାଇ: ଅଭିନୟ ଦୁନିଆରେ ଏବେ ଏକ ଚର୍ଚ୍ଚିତ ନାଁ ହେଉଛି ବାଣୀ କପୁର । ଅକ୍ଷୟ କୁମାରଙ୍କ ସହ ସେ ଅଭିୟନୟ କରିଥିବା ଫିଲ୍ମ ବେଲ ବଟମକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ୧୯୯୨ ଅଗଷ୍ଟ ୨୩ରେ ରାଜଧାନୀ ଦିଲ୍ଲୀରେ ଜନ୍ମ ନେଇଥିଲେ ବାଣୀ । ତାଙ୍କ ପିତା ଜଣେ ବିଜନେସ୍ ମ୍ୟାନ ହୋଇଥିବା ବେଳେ ମା’ହେଉଛନ୍ତି ମାର୍କେଟିଂ ଏକଜ୍ୟୁକିଟିଭ । ବାଣୀଙ୍କର କେହି ନିକଟ କକ୍ଷଣ ଦୂର ସମ୍ପର୍କୀୟଙ୍କର ବଲିଉଡ୍ ସହ ।କୌଣସି ସମ୍ପର୍କ ନ ଥିଲ ବି ନିଜ ଉଦ୍ୟମରେ ସେ ଆଜି ଜଣେ ସଫଳ ଅଭିନ୍ରେୀ ହେବାକୁ ଯାଉଛନ୍ତି । ବାଣୀ ଟୁରିଜିମରେ ପାଠ ପଢିଥିବା ବେଳେ ଅଭିନୟ ପୂର୍ବରୁ ହୋଟେଲରେ କାମ କରୁଥିଲେ । ଏହାପରେ ‘ସୁଦ୍ଧ ଦେଶୀ ରୋମାନ’୍ସ ଥିଲା ବାଣୀଙ୍କର ବଲିଉଡ୍‌ର ଡେବ୍ୟୁ ଫିଲ୍ମ ।

Share