ଫିଲ୍ମ ‘ଶମ୍‌ଶେରା’ ପାଇଁ ବାଣୀ କପୁର ଚାର୍ଜ କରନ୍ତି ଏତିକି ଟଙ୍କା

ମୁମ୍ବାଇ: ଫିଲ୍ମ ‘ଶମ୍‌ଶେରା’କୁ ନେଇ ଏବେ ସବୁଠି ଚର୍ଚ୍ଚା। ଏଥିରେ ରଣବୀର କପୁର, ସଞ୍ଜୟ ଦତ୍ତ ଏବଂ ବାଣୀ କପୁରଙ୍କ ଜବରଦସ୍ତ ସିନ୍‌ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ନିର୍ଦ୍ଦେଶକ କରଣ ମାଲହୋତ୍ରା ଏବଂ ୟଶରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ମାଧ୍ୟମରେ ରଣବୀର ପ୍ରାୟ ୪ ବର୍ଷ ପରେ ସ୍କ୍ରିନକୁ ଫେରୁଛନ୍ତି। ଫିଲ୍ମରେ ଷ୍ଟାର୍‌କାଷ୍ଟର ଲୁକ୍‌ ପରେ, ପ୍ରଶଂସକମାନେ ଜାଣିବାକୁ ଚାହୁଁଛନ୍ତି ଯେ, ଏହି ଫିଲ୍ମ ପାଇଁ କେଉଁ ଷ୍ଟାର କେତେ ଫି’ ନେଇଛନ୍ତି।

ଏହି ଫିଲ୍ମରେ ଅଭିନେତ୍ରୀ ବାଣୀ କପୁର ଜଣେ ନୃତ୍ୟଶିଳ୍ପୀ ଭୂମିକାରେ ନଜର ଆସିବେ। ବାଣୀ ଅନେକ ଫିଲ୍ମରେ ଅଭିନୟ କରିଥିବା ବେଳେ ଏହି ଫିଲ୍ମରେ ସେ ଏକ ଚ୍ୟାଲେଞ୍ଜିଂ ଭୂମିକା ଗ୍ରହଣ କରିଛନ୍ତି। ଏହି ଚରିତ୍ରଟି ତାଙ୍କ ପାଇଁ କମ୍‌ ଚ୍ୟାଲେଞ୍ଜ ନୁହେଁ । ସବୁଠୁ ବଡ଼ କଥା ହେଉଛି ଏହି ଫିଲ୍ମ ପାଇଁ ବାଣୀ ୫ କୋଟି ଟଙ୍କା ଫି’ ଚାର୍ଜ କରିଛନ୍ତି।

ସେହିପରି ଅଭିନେତା ରଣବୀର କପୁର ୨୦ କୋଟି, ସଞ୍ଜୟ ଦତ୍ତ ୮ କୋଟି, ରୋନିତ ରାୟ ୪ କୋଟି ଟଙ୍କା ଫି’ ଚାର୍ଜ କରିଛନ୍ତି।

Share