୧୫୦ କୋଟି ଟଙ୍କା ନିବେଶ କରିବ ଭି-ମାର୍ଟ

ନୂଆଦିଲ୍ଲୀ,୧୯ା୧୦: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଭି-ମାର୍ଟ ରିଟେଲ ଲିମିଟେଡ୍‌ (ଭି-ମାର୍ଟ) ପକ୍ଷରୁ ଲାଇମ୍‌ରୋଡ୍‌କୁ ଅଧିଗ୍ରହଣ କରିବା ଲାଗି ବୁଝାମଣା ପତ୍ର ସ୍ବାକ୍ଷର କରାଯାଇଛି। ଏହା ଜରିଆରେ କମ୍ପାନୀ ଭାରତରେ ଡିଜିଟାଲ ଶପିଙ୍ଗ୍‌ କରୁଥିବା ୫ କୋଟିରୁ ଅଧିକ ଗ୍ରାହକଙ୍କ ନିକଟରେ ନୂଆ ଫ୍ୟାଶନ ଧାରାକୁ ପହଞ୍ଚାଇପାରିବ। ସେହିଭଳି ଲାଇମ୍‌ରୋଡ୍‌ ପକ୍ଷରୁ ୧.୭କୋଟି ଭାଲ୍ୟୁ ଶପିଙ୍ଗ୍‌ କରୁଥିବା ଗ୍ରାହକଙ୍କୁ ଷ୍ଟାଇଲ୍‌ ଓ ସ୍ବତନ୍ତ୍ର ଅଣ ବ୍ରାଣ୍ଡେଡ୍‌ ଉପତ୍ାଦ ପ୍ରଦାନ କରାଯାଉଛି। ଏହା ସବୁଠୁ ହାଲୁକା ଆପ୍‌ ଓ ଦ୍ରୁତ ୱେବ୍‌ ସ୍ପିଡ୍‌ ପ୍ରଦାନ କରୁଥିବା ବେଳେ ସହଜ ଅନ୍‌ଲାଇନ ସେବା ମଧ୍ୟ ପ୍ରଦାନ କରୁଛି। ଲାଇମ୍‌ରୋଡ୍‌ ଦୈନିକ ୨,୫୦,୦୦୦ ଆପ୍‌ ଡାଉନ୍‌ଲୋଡ୍‌ ପ୍ରଦାନ କରୁଥିବା ବେଳେ ସର୍ବଭାରତୀୟ ଶପିଙ୍ଗ୍‌ ପ୍ଲେ ଷ୍ଟୋରରେ ୩ ନମ୍ବର ର଼୍ୟାଙ୍କ୍‌ରେ ରହିଛି। ଏକ ଦୃଢ଼ ମାର୍ଜିନ ସହ ୭୦୦ କୋଟି ଟଙ୍କାରୁ ଅଧିକ ଭିଜିଏମ୍‌ ମଧ୍ୟ ପ୍ରଦାନ କରୁଛି। ଫଳରେ ଅନ୍‌ଲାଇନ ବ୍ୟବସାୟରେ ମହିଳାଙ୍କ ଭାଗ ୬୫% ରହିଥିବା ବେଳେ ଏହାର ୫୦୦-୧୦୦୦ ଟଙ୍କା ବର୍ଗରେ ଦୃଢ଼ ଉପସ୍ଥିତି ରହିଛି। ଲାଇମ୍‌ରୋଡ୍‌କୁ ବ୍ୟାପକ କରିବା ଏବଂ ନିରନ୍ତର ଲାଭ ପଥରେ ସ୍ଥାପିତ କରିବା ଲାଗି ସେଥିରେ ମୋଟ ୧୫୦କୋଟି ଟଙ୍କା ନିବେଶ କରିବାକୁ ଭି-ମାର୍ଟ ଯୋଜନା କରୁଛି।
ସମ୍ପର୍କରେ ଭି-ମାର୍ଟ ରିଟେଲ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଲଳିତ ଅଗ୍ରୱାଲ କହିଛନ୍ତି, ଏହି ଅଧିଗ୍ରହଣ ଜରିଆରେ ଆମେ କେବଳ ଡିଜିଟାଲ ପ୍ରଥମ ନୂଆ ପିଢ଼ିର ଗ୍ରାହକଙ୍କ ନିକଟରେ ପହଞ୍ଚିବୁ ନାହିଁ ବରଂ ଏକ ଓମ୍‌ନି ଚ୍ୟାନେଲ ବିଶେଷତା ମଧ୍ୟ ଗଠନ କରିପାରିବୁ। ସେହିପରି ଭି-ମାର୍ଟ ପରିବାରରେ ଲାଇମ୍‌ରୋଡ୍‌କୁ ସାମିଲକରି ଆମେ ଗର୍ବିତ ମନେକରୁଛୁ। ସେହିଭଳି ଲାଇମ୍‌ରୋଡ୍‌ର ପ୍ରତିଷ୍ଠାତା ଓ ସିଇଓ ସୁଚି ମୁଖାର୍ଜୀ କହିଛନ୍ତି, ଷ୍ଟାଇଲ ସହ ମୂଲ୍ୟ ଏବଂ ମାନ ସହ ଅଭିଳାଷ ଖାପଖାଇବା ଲାଗି ଭାଲ୍ୟୁ ଗ୍ରାହକମାନେ ବଡ଼ ମାନଦଣ୍ଡ ଧାର୍ଯ୍ୟ କରିଛନ୍ତି। ମାନକୁ ମୂଲ୍ୟ ପୂରଣ କରୁଥିବା ବର୍ଗରେ ଭି-ମାର୍ଟ ହେଉଛି ଅଗ୍ରଣୀ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri