୧୫୦ କୋଟି ଟଙ୍କା ନିବେଶ କରିବ ଭି-ମାର୍ଟ

ନୂଆଦିଲ୍ଲୀ,୧୯ା୧୦: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଭି-ମାର୍ଟ ରିଟେଲ ଲିମିଟେଡ୍‌ (ଭି-ମାର୍ଟ) ପକ୍ଷରୁ ଲାଇମ୍‌ରୋଡ୍‌କୁ ଅଧିଗ୍ରହଣ କରିବା ଲାଗି ବୁଝାମଣା ପତ୍ର ସ୍ବାକ୍ଷର କରାଯାଇଛି। ଏହା ଜରିଆରେ କମ୍ପାନୀ ଭାରତରେ ଡିଜିଟାଲ ଶପିଙ୍ଗ୍‌ କରୁଥିବା ୫ କୋଟିରୁ ଅଧିକ ଗ୍ରାହକଙ୍କ ନିକଟରେ ନୂଆ ଫ୍ୟାଶନ ଧାରାକୁ ପହଞ୍ଚାଇପାରିବ। ସେହିଭଳି ଲାଇମ୍‌ରୋଡ୍‌ ପକ୍ଷରୁ ୧.୭କୋଟି ଭାଲ୍ୟୁ ଶପିଙ୍ଗ୍‌ କରୁଥିବା ଗ୍ରାହକଙ୍କୁ ଷ୍ଟାଇଲ୍‌ ଓ ସ୍ବତନ୍ତ୍ର ଅଣ ବ୍ରାଣ୍ଡେଡ୍‌ ଉପତ୍ାଦ ପ୍ରଦାନ କରାଯାଉଛି। ଏହା ସବୁଠୁ ହାଲୁକା ଆପ୍‌ ଓ ଦ୍ରୁତ ୱେବ୍‌ ସ୍ପିଡ୍‌ ପ୍ରଦାନ କରୁଥିବା ବେଳେ ସହଜ ଅନ୍‌ଲାଇନ ସେବା ମଧ୍ୟ ପ୍ରଦାନ କରୁଛି। ଲାଇମ୍‌ରୋଡ୍‌ ଦୈନିକ ୨,୫୦,୦୦୦ ଆପ୍‌ ଡାଉନ୍‌ଲୋଡ୍‌ ପ୍ରଦାନ କରୁଥିବା ବେଳେ ସର୍ବଭାରତୀୟ ଶପିଙ୍ଗ୍‌ ପ୍ଲେ ଷ୍ଟୋରରେ ୩ ନମ୍ବର ର଼୍ୟାଙ୍କ୍‌ରେ ରହିଛି। ଏକ ଦୃଢ଼ ମାର୍ଜିନ ସହ ୭୦୦ କୋଟି ଟଙ୍କାରୁ ଅଧିକ ଭିଜିଏମ୍‌ ମଧ୍ୟ ପ୍ରଦାନ କରୁଛି। ଫଳରେ ଅନ୍‌ଲାଇନ ବ୍ୟବସାୟରେ ମହିଳାଙ୍କ ଭାଗ ୬୫% ରହିଥିବା ବେଳେ ଏହାର ୫୦୦-୧୦୦୦ ଟଙ୍କା ବର୍ଗରେ ଦୃଢ଼ ଉପସ୍ଥିତି ରହିଛି। ଲାଇମ୍‌ରୋଡ୍‌କୁ ବ୍ୟାପକ କରିବା ଏବଂ ନିରନ୍ତର ଲାଭ ପଥରେ ସ୍ଥାପିତ କରିବା ଲାଗି ସେଥିରେ ମୋଟ ୧୫୦କୋଟି ଟଙ୍କା ନିବେଶ କରିବାକୁ ଭି-ମାର୍ଟ ଯୋଜନା କରୁଛି।
ସମ୍ପର୍କରେ ଭି-ମାର୍ଟ ରିଟେଲ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଲଳିତ ଅଗ୍ରୱାଲ କହିଛନ୍ତି, ଏହି ଅଧିଗ୍ରହଣ ଜରିଆରେ ଆମେ କେବଳ ଡିଜିଟାଲ ପ୍ରଥମ ନୂଆ ପିଢ଼ିର ଗ୍ରାହକଙ୍କ ନିକଟରେ ପହଞ୍ଚିବୁ ନାହିଁ ବରଂ ଏକ ଓମ୍‌ନି ଚ୍ୟାନେଲ ବିଶେଷତା ମଧ୍ୟ ଗଠନ କରିପାରିବୁ। ସେହିପରି ଭି-ମାର୍ଟ ପରିବାରରେ ଲାଇମ୍‌ରୋଡ୍‌କୁ ସାମିଲକରି ଆମେ ଗର୍ବିତ ମନେକରୁଛୁ। ସେହିଭଳି ଲାଇମ୍‌ରୋଡ୍‌ର ପ୍ରତିଷ୍ଠାତା ଓ ସିଇଓ ସୁଚି ମୁଖାର୍ଜୀ କହିଛନ୍ତି, ଷ୍ଟାଇଲ ସହ ମୂଲ୍ୟ ଏବଂ ମାନ ସହ ଅଭିଳାଷ ଖାପଖାଇବା ଲାଗି ଭାଲ୍ୟୁ ଗ୍ରାହକମାନେ ବଡ଼ ମାନଦଣ୍ଡ ଧାର୍ଯ୍ୟ କରିଛନ୍ତି। ମାନକୁ ମୂଲ୍ୟ ପୂରଣ କରୁଥିବା ବର୍ଗରେ ଭି-ମାର୍ଟ ହେଉଛି ଅଗ୍ରଣୀ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri