ଭାରତ ଉଜବେକିସ୍ତାନ ଘନିଷ୍ଠ ବନ୍ଧୁ: ଉଜବେକିସ୍ତାନ ରାଷ୍ଟ୍ରପତି

ତାସକେଣ୍ଡ,୧୧ ।୧୨: ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ ମିରଜିଓୟେଭ ଶୁକ୍ରବାର କହିଛନ୍ତି, ଭାରତ ହେଉଛି ଏକ ଭାରସାଯୋଗ୍ୟ ଓ ଘନିଷ୍ଠ ବନ୍ଧୁ । ଏହାସହ କୋଭିଡ-୧୯ ପାଣ୍ଡାମିକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଭଳି ଭାବେ ଉଜବେକିସ୍ତାନକୁ ସାହାଯ୍ୟ କରିଛନ୍ତି ସେଥିପାଇଁ ସେ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି । ଭାରତ-ଉଜବେକିସ୍ତାନ ଭର୍ଚୁଆଲ ବୈଠକରେ ସେ ଏହା କହିଛନ୍ତି । ତେବେ ଉଜବେକିସ୍ତାନ ବହୁ ପୁରାତନ ଇତିହାସ ବହନ କରୁଥିବା ବେଳେ ଆଧୁନିକ ଭାରତ ବିଶାଳ ଅର୍ଥନୀତିକୁ ନେଇ ବିଶ୍ୱରେ ପରିଚିତ । ଏବେ ଦୁଇ ଦେଶ ମିଶି ଆତଙ୍କବାଦ, ସାଧାରଣ ଧମକ ଆଦି ଉପରେ କାମ କରିବା ବୋଲି ସେ କହିଛନ୍ତି । ଜଣେ ସଚ୍ଚୋଟ ବନ୍ଧୁ ଭାବେ କରୋନା ମହାମାରୀ ସମୟରେ ମୋଦି ଯେଉଁଭଳି ସାହାଯ୍ୟର ହାତ ବଢାଇଛନ୍ତି ସେ ତା’ର ପ୍ରଶଂସା କରିଛନ୍ତି । ତେବେ ୨୦୨୧ରେ ମୋଦିଙ୍କ ଉଜବେକିସ୍ତାନ ଗସ୍ତ ଏକ ଐତିହାସିକ ଗସ୍ତ ହେବ ବୋଲି ସେ କହିବା ସହ ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ସେ କହିଛନ୍ତି ।

Share