ଏଭରେଷ୍ଟ ଚଢିଲେ ବିଗ ବି!

ମୁମ୍ବାଇ: ବଲିଉଡର ମେଗାଷ୍ଟାର ବିଗ ବି ଅଭିତାଭ ବଚ୍ଚନ ମଙ୍ଗଳବାର ପାଳନ କରୁଛନ୍ତି ତାଙ୍କର ୮୦ ତମ ଜନ୍ମଦିନ । ତାଙ୍କର ଏହି ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସାମ୍ନାକୁ ଆସିଛି ତାଙ୍କ ଅଭିନୀତ ଫିଲ୍ମ ‘ଉଁଚାଇ’ର ଫାଷ୍ଟ ଲୁକ । ମଙ୍ଗଳବାର ବିଗ ବି ୮୦ ବର୍ଷରେ ପଦାର୍ପଣ କରୁଛନ୍ତି । ଏହି ଦିନକୁ ନିର୍ଦ୍ଦେଶକ ସୁରଜ ବହଜାତୟା ଆହୁରି ଖାସ୍ କରି ଦେଇଛନ୍ତି । ଅପକମିଂ ବଲିଉଡ ଫିଲ୍ମର ଫାଷ୍ଟ ଲୁକରେ ଅମିତାଭ ବଚ୍ଚନ ବରଫ ଝଡର ସାମ୍ନା କରୁଥିବା ଦେଖାଯାଇଛି । ଫାଷ୍ଟ ଲୁକ ପୋଷ୍ଟରେ ଫିଲ୍ମର ରିଲିଜକୁ ନେଇ ଏକ୍ସାଇଟମେଣ୍ଟକୁ ବଢାଇ ଦେଇଛି । ଫ୍ୟାନ୍ସ ଏବେ ଟ୍ରେଲରକୁ ଅପେକ୍ଷା ରଖିଛନ୍ତି ।

ଫିଲ୍ମର ଫାଷ୍ଟ ଲୁକରେ ଅମିତାଭ ବଚ୍ଚନ ଗରମ ଜ୍ୟାକେଟ ଓ ଟୋପି ପିନ୍ଧି ବରଫ ଝଡର ସାମ୍ନା କରୁଥିବା ଦେଖାଯାଇଛି । ନିର୍ଦ୍ଦେଶକ ସୁରଜ ବଡଜାତୟାଙ୍କ ଏହି ମୁଭି ବନ୍ଧୁତ୍ୱର ଉତ୍ସବ ପାଳନ କରୁଛି । ଏଥିରେ ବୋମନ ଇରାନି ଓ ଅନୁପମ ଖେର ନଜର ଆସିଛନ୍ତି । ଫିଲ୍ମର ଅଫିସିଆଲ ପୋଷ୍ଟରରେ ଏହି ୩ ବରିଷ୍ଠ କଳାକାରଙ୍କୁ ଦେଖିବାକୁ ମିଳିଛି । ପୋଷ୍ଟରକୁ ଶେୟାର କରି ଅମିତାଭ ଲେଖଛନ୍ତି ଆମର ଆଗାମୀ ରାଜଶ୍ରୀ ଫିଲ୍ମ ‘ଉଁଚାଇ’ର ପ୍ରଥମ ସିନ୍ ସହ ଫ୍ରେଣ୍ଡଶିପ ଡେ ମନାନ୍ତୁ । ମୋ ସହ ଅନୁପମ ଖେର ଓ ବୋମନ ଇରାନି ଏକ ଯାତ୍ରାରେ ଯୋଡି ହୋଇଛନ୍ତି ଯାହା ବନ୍ଧୁତ୍ୱର ଉତ୍ସବ ପାଳନ କରୁଛି ।
ଏହା ବ୍ୟତୀତ ରାଜଶ୍ରୀ ପ୍ରଡକଶନସ୍ ଦ୍ୱାରା ନିର୍ମିତ ଫିଲ୍ମ ‘ଉଁଚାଇ’ରେ ଡ୍ୟାନି ଡେନଜୋଗପା, ନିନା ଗୁପ୍ତା, ପରିଣିତି ଚୋପ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ । ନଭେମ୍ବର ୧୧ରେ ଏହା ରିଲିଜ୍ ହେବ ।

Share