Posted inଜାତୀୟ

ମଣିଷଖିଆ ବାଘକୁ ହତ୍ୟା କଲା ବନ ବିଭାଗ

ଡେରାଡୁନ, ୩୦।୯: ଉତ୍ତରାଖଣ୍ଡ ପିଥୋରଗଡ଼ ଜିଲାରେ ବୁଧବାର ସକାଳେ ବନ ବିଭାଗ ନିଯୁକ୍ତ ଜଣେ ଶିକାରୀ ଦ୍ୱାରା ଏକ ଚିତା ବାଘକୁ ଗୁଳି କରି ହତ୍ୟା କରାଯାଇଛି। ଏହି ବାଘର ଆକ୍ରମଣରେ ଜିଲାରେ ୨ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆଘାତ ପାଇ ଚିକିତ୍ସାଧୀନ ରହିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୧ ବର୍ଷର ବାଳିକା ଏବଂ ଜଣେ ୪୦ ବର୍ଷର ବ୍ୟକ୍ତି ରହିଛନ୍ତି। ସେପ୍ଟେମ୍ବର ୨୪ରେ ବାଳିକା ଜଣଙ୍କ ଜଙ୍ଗଲକୁ ଚାରା ସଂଗ୍ରହ କରିବା ପାଇଁ ଯାଇଥିବାବେଳେ ବାଘ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ଏହି ବାଘକୁ ବନ ବିଭାଗ ପକ୍ଷରୁ ଶନିବାର ‘ମଣିଷଖିଆ’ ବୋଲି ଘୋଷଣା କରାଯାଇଥିଲା। ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫ୍‌ଓ) ବିନୟ ଭାର୍ଗବ କହିଛନ୍ତି, ‘ବୁଧବାର ସକାଳେ ସିଲ୍‌ସିଲା ଜଙ୍ଗଲ ଅଞ୍ଚଳରେ ୧୦ ବର୍ଷୀୟ ଏହି ବାଘଟିକୁ ବନ ବିଭାଗ ଦ୍ୱାରା ନିଯୁକ୍ତ ଶିକାରୀ ସୟଦ ଅଲିବିନ୍‌ ହାଦିଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଛି। ଚିତା ବାଘର ଶରୀରକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଛି।’ ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଉତ୍ତରାଖଣ୍ଡରେ ‘ମଣିଷଖିଆ’ ବାଘକୁ ଗୁଳି କରି ହତ୍ୟା କରାଯିବାରେ ଏହା ପ୍ରଥମ ଘଟଣା ନୁହେଁ। ଏଥିପୂର୍ବରୁ ସେପ୍ଟେମ୍ବର ୬ରେ ଗରଓ୍ବାଲ ଜିଲାରେ ମଧ୍ୟ ଏକ ବାଘକୁ ବନ ବିଭାଗ ପକ୍ଷରୁ ଗୁଳି କରି ହତ୍ୟା କରାଯାଇଥିଲା। ସେହି ବାଘଟି ମଧ୍ୟ ଜଣେ ୨୫ ବର୍ଷୀୟ ଯୁବକକୁ ମାରି ଦେଇଥିଲା।
ଉଲ୍ଲେଖଯୋଗ୍ୟ, ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୧ (୧) (କ) ଅନୁଯାୟୀ, ମୁଖ୍ୟ ବନ୍ୟପ୍ରାଣୀ ଓ୍ବାର୍ଡେନ ଯେକୌଣସି ବଣୁଆ ଜନ୍ତୁକୁ ମାନବ ଜୀବନ ପ୍ରତି ବିପଦ ବୋଲି ଘୋଷଣା କରିପାରନ୍ତି। ଏହି ଆଇନରେ ଦର୍ଶାଯାଇଛି ଯେ, ମୁଖ୍ୟ ବନ୍ୟପ୍ରାଣୀ ଓ୍ବାର୍ଡେନ ଯଦି ଅନୁଭବ କରନ୍ତି କୌଣସି ବନ୍ୟଜନ୍ତୁ ମଣିଷ ଜୀବନ ପାଇଁ ବିପଦଜନକ ହୋଇପଡ଼ିଛି ତେବେ ଯେକୌଣସି ବ୍ୟକ୍ତିଙ୍କୁ ଏହି ପଶୁକୁ ଶିକାର କରିବାକୁ ଅନୁମତି ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri