Categories: ଜାତୀୟ

ଉତ୍ତରାଖଣ୍ଡରେ ଖୁବ୍‌ଶୀଘ୍ର ଲାଗୁ ହୋଇପାରେ ୟୁସିସି , ଅମିତ ଶାହାଙ୍କୁ ଭେଟିଲେ ଧାମି

ଡେରାଡୁନ୍‌,୫।୧୦: ଉତ୍ତରାଖଣ୍ଡରେ ଖୁବ୍‌ଶୀଘ୍ର ୟୁସିସି ଲାଗୁ ହୋଇପାରେ। ବୁଧବାର ରାତିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହଉତ୍ତରାଖଣ୍ଡ ୟୁସିସି ଡ୍ରାଫ୍ଟ କମିଟିର ସଦସ୍ୟମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହାର କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ଏହା ବ୍ୟତୀତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବୁଧବାର ଅମିତ ଶାହାଙ୍କୁ ମଧ୍ୟ ଭେଟିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ଉତ୍ତରାଖଣ୍ଡ ୟୁସିସି ଡ୍ରାଫ୍ଟ କମିଟିର ରିପୋର୍ଟ ଦାଖଲ କରାଯାଇପାରେ। ଏହା ପରେ ଏହାକୁ ବିଧାନସଭାରେ ରଖାଯିବ।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ୭ ଅକ୍ଟୋବରରେ ଉତ୍ତରାଖଣ୍ଡ ଗସ୍ତ କରିବାକୁ ଯାଉଛନ୍ତି। ଭାଜପାର ଉତ୍ତରାଖଣ୍ଡ ମିଡିଆ ପ୍ରଭାରୀ ମନବୀର ଚୌହାନ କହିଛନ୍ତି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅକ୍ଟୋବର ୭ ତାରିଖ ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ରାଜ୍ୟ ମୁଖ୍ୟାଳୟରେ ରହିବେ। ଏହି ସମୟ ମଧ୍ୟରେ ସେ ସଂଗଠନର ଅଧିକାରୀଙ୍କ ସହ ତିନୋଟି ବୈଠକ କରିବେ, ଯେଉଁଥିରେ ନିର୍ବାଚନ ପ୍ରସ୍ତୁତି ଏବଂ ରଣନୀତି ଉପରେ ଆଲୋଚନା କରାଯିବ।

Share