Posted inଜାତୀୟ

ଡେରାଡୁନରେ ଭୟଙ୍କର ଦୁର୍ଘଟଣା: ଏକାସଙ୍ଗେ ଚାଲିଗଲା ୬ ଜୀବନ, କାର୍‌ ଛିନ୍‌ଛତ୍ର

ନୂଆଦିଲ୍ଲୀ,୧୨।୧୧: ସୋମବାର ବିଳମ୍ବିତ ରାତିରେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରେ ତିନି ପୁଅ ଏବଂ ତିନି ଝିଅ ଅଛନ୍ତି। ଏହା ବ୍ୟତୀତ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାର ଶିକାର ହୋଇଥିବା କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା।

ସୂଚନ ଅନୁସାରେ ଏହି ଦୁର୍ଘଟଣା ସୋମବାର ବିଳମ୍ବିତ ରାତିରେ ଡେରାଡୁନର ଓଏନଜିସି ଛକରେ ଘଟିଛି। ଗୋଟିଏ କାରରେ ୭ ଜଣ ଯୁବକ ଯୁବତୀ ସାଙ୍ଗ ହୋଇ ବୁଲିବାକୁ ବାହାରିଥିଲେ, ଯେଉଁଥିରେ ତିନି ପୁଅ ଏବଂ ତିନି ଝିଅଙ୍କ ମୃତ୍ୟୁ ହୋଇଯାଇଛି। କାରରେ ଥିବା ସମସ୍ତଙ୍କ ବୟସ ୨୫ରୁ କମ୍ ହେବ।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ଇନୋଭା କାର ପ୍ରଥମେ କଣ୍ଟେନର ଏବଂ ପରେ ଗଛ ସହିତ ଧକ୍କା ହୋଇଥିଲା। ପୋଲିସର ସୂଚନାନୁସାରେ, କାରଟି ଦ୍ରୁତ ଗତିରେ ଆସି କଣ୍ଟେନରକୁ ଧକ୍କା ଦେଇଥିଲା। କାରର ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ କାରର ବୋନେଟ୍ କଣ୍ଟେନର ପଛରେ ଅଟକି ଯାଇଥିଲା। ଏହା ପରେ କାରଟି ଭୁଲ ଦିଗରେ ପ୍ରାୟ ୧୦୦ ମିଟର ଯାଇ ଗଛ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାରଟି ଛିନ୍‌ଛତ୍ର ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବ୍ରାଉନସୁଗାର ବେପାର, ମାଡ଼ି ବସିଲା ପୋଲିସ

ବରଗଡ଼,୧୩ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ବ୍ରାଉନସୁଗାର କାରବାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ ଥାନା ଅନ୍ତର୍ଗତ ମହାନ୍ତିପଡ଼ାର…

ରାଜ୍ୟ ସଭାରେ ଏମପି ନିରଞ୍ଜନ ବିଶିଙ୍କ ଦାବି, ସମ୍ବଲପୁର-କୋରାପୁଟ-ବାଲେଶ୍ୱରରେ ଏମ୍ସ….

ବଲାଙ୍ଗୀର,୧୩।୩(ସୁନିଲ୍ କୁମାର ମହାନ୍ତି): ରାଜ୍ୟ ସଭା ଏମପି ନିରଞ୍ଜନ ବିଶି ରାଜ୍ୟ ସଭାରେ ଓଡ଼ିଶାର ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ନୂତନ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥା…

କୂଟନୈତିକ ‘ଚୌକା’ ଲଗାଇଲେ ଜୟଶଙ୍କର: ଗ୍ୟାସ୍‌ ସଙ୍କଟ ମଧ୍ୟରେ ଇରାନକୁ ଫୋନ କରି…

ନୂଆଦିଲ୍ଲୀ,୧୩।୩: ଇରାନ ସହିତ ଜଡିତ ବିବାଦ ସମ୍ପର୍କରେ ଭାରତ ଏବେ ଅତ୍ୟନ୍ତ ସକ୍ରିୟ ହୋଇଛି। ଗ୍ୟାସ ସଙ୍କଟ ଏବଂ ଫସି ରହିଥିବା ଜାହାଜର ସମସ୍ୟା ମଧ୍ୟରେ ଇରାନ…

ରାଜ୍ୟ ବାହାରକୁ କାହିଁକି ଯାଇଛନ୍ତି ୮ ବିଧାୟକ, କାରଣ କହିଲେ ତାରା… ରାଜନୀତିରେ ହଇଚଇ

ଭୁବନେଶ୍ୱର,୧୩।୩: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ୮ ଜଣ ବିଧାୟକ ବେଙ୍ଗାଲୁରୁ ଯିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି।…

ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! ଏହି ସବୁ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର,୧୩।୩: ଆସନ୍ତା ୧୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ…

ଲୋକମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି! ଯୁଦ୍ଧ ଭିତରେ ଭାରତ ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୩।୩: ଇରାନ ଯୁଦ୍ଧର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତ ହେଉଛି। ଏଲପିଜି ସିଲିଣ୍ଡରକୁ ନେଇ ବ୍ୟାପକ ଆତଙ୍କ ଦେଖାଦେଇଛି। ଗ୍ୟାସର କଳାବଜାରୀ ଶୀର୍ଷରେ ପହଞ୍ଚିଛି। ସାଧାରଣ ଜନତା…

ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଶ୍ରୀଲଙ୍କା, ଆୟର୍ଲାଣ୍ଡ ଗସ୍ତ କରିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୩।୩: ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଟିମ୍‌ ଇଣ୍ଡିଆର ବ୍ୟସ୍ତ କାର୍ଯ୍ୟସୂଚୀ ରହିଛି। ରିପୋର୍ଟ ଅନୁସାରେ, ଭାରତୀୟ ଦଳ ଶ୍ରୀଲଙ୍କା ଏବଂ ଆୟର୍ଲାଣ୍ଡ ଗସ୍ତ କରି ଟି-୨୦…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ, ସ୍କୁଲରେ ମିଳିବ ଶାରୀରିକ….

ଭୁବନେଶ୍ବର,୧୩।୩: ସୁରୁଖୁରୁରେ ଚାଲିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପ୍ରସଙ୍ଗରେ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri