Categories: ଜାତୀୟ

ଉତ୍ତରାଖଣ୍ଡରେ ରାଜନୈତିକ ସଙ୍କଟ

ଡେରାଡୁନ,୯ ।୩: ଉତ୍ତରାଖଣ୍ଡରେ ବେଳକୁ ବେଳକୁ ରାଜନୈତିକ ସଙ୍କଟ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ମଙ୍ଗଳବାର ଦିଲ୍ଲୀରୁ ଫେରିଛନ୍ତି । କେବଳ ସେତିକି ନୁହେଁ ସେ ଫେରିବା ପରେ ଅପରାହ୍ନ ପ୍ରାୟ ୪ଟାରେ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କ ସହ ସାକ୍ଷାତ୍ କରିବେ ବୋଲି ଜଣାପଡିଛି । ଅନୁମାନ କରାଯାଉଛି କି ଏହି ସାକ୍ଷାତ୍‌କାର ସମୟରେ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । କିନ୍ତୁ ଏହା ସରକାରୀ ଭାବେ ଘୋଷଣା କରାଯାଇନାହିଁ । ରାୱତ ପ୍ରାୟ ୧୧ଟାରେ ଦିଲ୍ଲୀରୁ ଫେରିଛନ୍ତି । ଏହାପରେ ସେ ସିଧାସଳଖ ଘରକୁ ଯାଇଛନ୍ତି । ଅନ୍ୟପଟେ ଡେରାଡୁନରେ ମଙ୍ଗଳବାର ହେବାକୁ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ଦଳର ବୈଠକକୁ ବନ୍ଦ କରି ଦିଆଯାଇଛି । ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ରାୱତ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ୍ କରିଥିଲେ । ଉଭୟଙ୍କ ମଧ୍ୟରେ ଆଲୋଚନା ପ୍ରାୟ ୫୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ।

Share