Categories: ଜାତୀୟ

ପୁରୁଣା ଭିଡିଓ ଦେଖାଇ ଭୟଭୀତ ନ କରାଯାଉ: ମୁଖ୍ୟମନ୍ତ୍ରୀ

ଚାମୋଲି,୭ ।୨: ଉତ୍ତରାଖଣ୍ଡର ଚାମୋଲିରେ ହୀମସ୍ଖଳନ ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରେଣି ଗାଁ ନିକଟରେ ଏହି ହୀମସ୍ଖଳନ ହୋଇଛି । ଚାମୋଲି ଜିଲାରେ ଋଷିଗଙ୍ଗାନଦୀ ଉପରେ ପାୱାର ପ୍ରୋଜେକ୍ଟର ବନ୍ଧ ଭାଙ୍ଗିଯିବା ଫଳରେ ଅକଳାନନ୍ଦା ନଦୀର ଜଳସ୍ତର ବୃଦ୍ଧି ହୋଇଛି । ଏହାକୁ ନେଇ ଉତ୍ତରଖଣ୍ଡ ସରକାର ହେଲ୍ପଲାଇନ ଜାରି କରି ସାରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ତିଭେନ୍ଦ୍ର ସିଂ ରାୱତ କହିଛନ୍ତି ପୁରୁଣା ଭିଡିଓ ଦେଖାଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ନ କରାଯାଉ । ହୀମସ୍ଖଳନ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସଜାଗ ରହିଥିବା ସେ କହିଛନ୍ତି । ପରିସ୍ଥିତିକୁ ଦେଖି ଆଇଟିବିପି ଯବାନଙ୍କୁ ସେଠାକୁ ପଠାଇ ଦିଆଯାଇଛି । ଏହାସହ ଏନ୍‌ଡିଆର୍‌ଏଫ୍‌ର ୨୦୦ ଯବାନଙ୍କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି । ଏବେସୁଦ୍ଧା ୩ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସେପଟେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦିଆଯିବ ।

Share