Categories: ଜାତୀୟ

ବିଗିଡିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୨୫।୩: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଫଳରେ ତାଙ୍କୁ ବିମାନ ଯୋଗେ ଦିଲ୍ଲୀ ଏମ୍ସକୁ ନିଆଯାଉଛି। ହରିଶ ରାୱତ, ସ୍ତ୍ରୀ ଏବଂ ଝିଅ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ଏହି ସମୟ ହରିଶଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା। ତାଙ୍କ ଜ୍ୱର ନ କମିବାରୁ ତାଙ୍କୁ ଦିଲ୍ଲ ଏମ୍ସ ରେଫର୍‌ କରାଯାଇଛି। ଏନେଇ ତାଙ୍କର ପୂର୍ବତନ ପରାମର୍ଶଦାତା ସୁରେନ୍ଦ୍ର ଅଗ୍ରୱାଲଙ୍କ ସୂଚନା ଦେଇଛନ୍ତି।

Share