Categories: ଜାତୀୟ

କେଦାରନାଥରେ ଫସି ରହିଛନ୍ତି ୨ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬।୧୧-ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ କେଦାରନାଥରେ ଫସି ଯାଇଛନ୍ତି। ପ୍ରବଳ ବରଫପାତ ଓ ଖରାପ ପାଗ ଯୋଗୁ ଉଭୟେ ସେଠାରେ ଫସି ଯାଇଥିବା ଜଣାପଡିଛି। ରବିବାର ଉତ୍ତରାଖଣ୍ଡର ରୁଦ୍ର ପ୍ରୟାଙ୍ଗ ଜିଲାର କେଦାରନାଥରେ ଚାଲିଥିବା ନିର୍ମାଣ କାମର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ଓ ଯୋଗୀ ଆଦିତ୍ୟନାଥ ଯାଇଥିଲେ। ସେମାନଙ୍କ ସହ ଉତ୍ତର ପ୍ରଦେଶ ଭାଜପା ମୁଖ୍ୟ ସ୍ବତନ୍ତ୍ର ଦେବ ସିଂହ ମଧ୍ୟ ରହିଥିଲେ। ତେବେ ପ୍ରବଳ ବରଫପାତ ଯୋଗୁ ସମସ୍ତେ ସେଠାରେ ଫସି ରହିଥିବା ଉତ୍ତରପ୍ରଦେଶ ଡିଜି ଅଶୋକ କୁମାର ସୂଚନା ଦେଇଛନ୍ତି।

Share