Categories: ଜାତୀୟ

ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୯।୫:ଉତ୍ତରାଖଣ୍ଡ ଚମ୍ପାୱାତ ଉପ-ନିର୍ବାଚନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦଳର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଧାମି କହିଛନ୍ତି,ଚମ୍ପାୱତ ହେଉଛି ଗୁରୁ ଗୋରେଖନାଥଙ୍କ ଭୂମି। ଏଠାକାର ବିକାଶ ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ଲୋକଙ୍କ ସହ ଥିଲି, ଅଛି ଏବଂ ଆଗକୁ ରହିବି।
ସୂଚନାଯୋଗ୍ୟ, ଚମ୍ପାୱାତରେ ଉପ-ନିର୍ବାଚନ ମେ ୩୧ରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ଜୁନ ୩ରେ ଘୋଷଣା କରାଯିବ। ଚମ୍ପାୱତ ବିଧାୟକ କୈଳାଶ ଗାହତୋରି ଧାମିଙ୍କ ପାଇଁ ନିଜ ଆସନ ଛାଡିଥିଲେ। ଫେବୃଆରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ଉତ୍ତରାଖଣ୍ଡ ବିଧାନସଭାରେ ୭୦ଟି ଆସନ ମଧ୍ୟରୁ ୪୭ଟି ଜିତି ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜୟ ହାସଲ କରିଥିଲା। କିନ୍ତୁ ବିଜୟର ନେତୃତ୍ୱ ନେଇଥିବା ଧାମି ଖାତିମା ଆସନରୁ ହାରିଯାଇଥିଲେ। କିନ୍ତୁ ଭାଜପା ପୁଣି ଥରେ ଧାମିଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲା। ତେବେ, ଧାମିଙ୍କୁ ୬ ମାସ ମଧ୍ୟରେ ଗୃହର ସଦସ୍ୟ ଭାବରେ ନିର୍ବାଚିତ ହେବା ଏକ ସାମ୍ବିଧାନିକ ବାଧ୍ୟତାମୂଳକ ଏବଂ ସେଥିପାଇଁ ତାଙ୍କୁ ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିବାକୁ ପଡିବ।

Share