Categories: ଜାତୀୟ

୪ ମାସରେ ଇସ୍ତଫା ପତ୍ର ଧରାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨।୭: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଶୁକ୍ରବାର ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏପରି କି ରାଓ୍ବତ ଖବୁ ଶୀଘ୍ର ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି। ଗତ ମାର୍ଚ୍ଚରେ ତିରଥ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ତେବେ ସେ ଏମ୍‌ପି ଥିବାରୁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ସେପ୍ଟେମ୍ବର ୧୦ ସୁଦ୍ଧା ତାଙ୍କୁ ଉତ୍ତରାଖଣ୍ଡର କୌଣସି ଆସନରୁ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ତେବେ କୋଭିଡ୍‌ ସ୍ଥିତି ସୁଧୁରି ନ ଥିବାରୁ ଏତେଶୀଘ୍ର ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ଅନୁମତି ଦେଇ ନ ପାରନ୍ତି ବୋଲି ଜଣାପଡ଼ିଛି।

Share