କରୋନା ସଂକ୍ରମଣରେ ଭାଜପା ନେତାଙ୍କ ପରଲୋକ

ଡେରାଡୁନ,୧୨ ।୧୧: ଉତ୍ତରାଖଣ୍ଡର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ସୁରେନ୍ଦ୍ର ସିଂ ଜିନାଙ୍କର ପରଲୋକ ହୋଇଛି । କରୋନା ସଂକ୍ରମିତ ହେବା ପରେ ସେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ସୂଚନଯୋଗ୍ୟ, ଜିନା ଅଲମୋଡା ଜିଲା ସଲ୍ଟ ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । କିଛିଦିନ ପୂର୍ବରୁ ହୃଦଘାତରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ତୃତୀୟ ଥର ଲାଗି ସୁରେନ୍ଦ୍ର ବିଧାୟକ ଥିବା ବେଳେ ତାଙ୍କ ପରଲୋକରେ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳି ଯାଇଛି । ଜିନାଙ୍କ ପରଲୋକରେ ବହୁ ନେତା ଶୋକ ପ୍ରକାଶ କରିଛନ୍ତି ।

Share