Categories: ଜାତୀୟ

‘ସରକାର ଗଠନରେ ସାହାଯ୍ୟ କର, ଆମେ ତୁମର ସବୁ ଦାୟିତ୍ୱ ନେବୁ’

ହରିଦ୍ୱାର, ୨୧।୧୧: ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ରବିବାର ହରିଦ୍ୱାରରେ ପହଞ୍ଚିଛନ୍ତି। ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍‌ରିୱାଲ ଆଜି ଅଟୋ ଟ୍ୟାକ୍ସି ଡ୍ରାଇଭରମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ସମୟ ମଧ୍ୟରେ ଆଗାମୀ ନିର୍ବାଚନରେ ଏଏପି ସରକାର ଗଠନରେ ସହଯୋଗ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ। କେଜ୍‌ରିୱାଲ ଅଟୋ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ଆମ ଆଦମୀ ପାର୍ଟିର ବ୍ୟାନର ଏବଂ ପୋଷ୍ଟର ଲଗାଇବାକୁ କହି ଥରେ ଉତ୍ତରାଖଣ୍ଡରେ ସରକାର ଗଠନ ପାଇଁ ଏଏପିକୁ ସୁଯୋଗ ଦେବା ପାଇଁ କହିଥିଲେ। କେଜ୍‌ରିୱାଲ ଅଟୋ ଏବଂ ଟ୍ୟାକ୍ସି ଚାଳକଙ୍କୁ କହିଛନ୍ତି, ଯେତେବେଳେ ତାଙ୍କ ଦଳ ଦିଲ୍ଲୀରେ ସରକାର ଗଠନ କରିଥିଲା, ସେତେବେଳେ ୭୦ ପ୍ରତିଶତ ଅବଦାନ ଅଟୋ ଚାଳକଙ୍କଠାରୁ ଆସିଥିଲା। ପରେ ତାଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ସେମାନଙ୍କୁ ଫୋନ କରି ପଚାର, ଯଦି ସେମାନେ ଆମର ପ୍ରଶଂସା ନ କରିବେ ତେବେ ଭୋଟ ଦେବ ନାହିଁ। ରାଜ୍ୟରେ ସରକାର ଗଠନ କରିବାରେ ସାହାଯ୍ୟ କରନ୍ତୁ, ଆମେ ତୁମର ସବୁ ଦାୟିତ୍ୱ ନେବୁ ବୋଲି ସମସ୍ତ ଅଟୋ-ଟ୍ୟାକ୍ସି ଡ୍ରାଇଭରଙ୍କୁ କେଜ୍‌ରିୱାଲ କହିଛନ୍ତି।

Share