ଉତ୍ତରାଖଣ୍ଡରେ କେଉଁ ହେଭିଓ୍ବେଟ୍‌ ନେତା ହାରିଲେ ଆଉ କିଏ ଜିତିଲେ ଜାଣନ୍ତୁ

ଡେରାଡୁନ,୧୦ା୩: ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ଆଜି ଅର୍ଥାତ୍‌ ମାର୍ଚ୍ଚ ୧୦ରେ ଗଣନା ଚାଲିଛି। ଏ ପର୍ଯ୍ୟନ୍ତ ଆସିଥିବା ଫଳାଫଳ ଏବଂ ଟ୍ରେଣ୍ଡରେ ପୁଣିଥରେ ଭାଜପା ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇଗଲାଣି।  ନିର୍ବାଚନ ଫଳାଫଳରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ହରିଶ ରାଓ୍ବତଙ୍କ ପରି ଅନେକ ଭେଟେରାନ ନେତା ହାରିଯାଇଛନ୍ତି।

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ:

ଭାଜପାର ପୁଷ୍କର ସିଂ ଧାମି ଖତିମା ଆସନରୁ ହାରିଯାଇଛନ୍ତି। ଭାଜପାର ମଦନ କୌଶିକ୍‌ ହରିଦ୍ୱାର ଆସନରୁ ଜିତିଛନ୍ତି।କଂଗ୍ରେସର ହରିଶ ରାଓ୍ବତ ଲାଲକୁଆଁ ଆସନରୁ ହାରିଛନ୍ତି। ହରିଶ ରାଓ୍ବତଙ୍କ ଝିଅ ଅନୁପମା ରାଓ୍ବତ ମଧ୍ୟ ହାରିଛନ୍ତି।କୋଟୱାର୍‌ ଆସନରୁ ଭାଜପାର ରିତୁ ଖଣ୍ଡୁରୀ ଜିତିଛନ୍ତି। କଂଗ୍ରେସର ବିକ୍ରମ ସିଂ ନେଗି ପ୍ରତାପନଗର ଆସନରୁ ଜିତିଛନ୍ତି। ଭାଜପାର ଅରବିନ୍ଦ ପାଣ୍ଡେ ଉଦାମସିଂନଗରର ଗଡ଼ରପୁର ଆସନରୁ ଜିତିଛନ୍ତି। କଂଗ୍ରେସର ସୁମିତ ହୃଦୟେଶ ହଲଦ୍ୱାନି ଆସନରୁ ଜିତିଛନ୍ତି। କଂଗ୍ରେସର ଯଶପାଲ ଆର୍ଯ୍ୟ ବାଜପୁର ଆସନରୁ ଜିତିଛନ୍ତି। ସୀତାରଗଞ୍ଜ ଆସନରୁ ଭାଜପାର ସୌରଭ ବାହୁଗୁଣା ଜିତିଛନ୍ତି। ନୈନତାଲର କାଲାଡୁଙ୍ଗି ଆସନରୁ ଭାଜପାର ବଂଶୀଧର ଭଗତ ବି ଜିତିଛନ୍ତି।

ସୂଚନାଯୋଗ୍ୟ, ଫେବୃୟାରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉତ୍ତରାଖଣ୍ଡ ବିଧାନସଭାର ସମସ୍ତ ୭୦ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଠାରେ ୬୫.୪ ପ୍ରତିଶତ ଭୋଟ୍‌ ରେକର୍ଡ କରାଯାଇଥିଲା, ଯାହା ୨୦୧୭ ବର୍ଷ ତୁଳନାରେ ସାମାନ୍ୟ କମ୍‌ ଥିଲା। ୨୦୧୭ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ୬୫.୬% ମତଦାନ କରାଯାଇଥିଲା।

Share