Categories: ଜାତୀୟ

ପ୍ରଥମ ରାଜ୍ୟ ଭାବେ ୪ କୋଟିରୁ ଊର୍ଦ୍ଧ୍ୱ ନମୁନା ଯାଞ୍ଚ୍‌ କଲା ଉତ୍ତରପ୍ରଦେଶ

ଲକ୍ଷ୍ନୌ,୨୭।୪: ଦେଶରେ ପ୍ରଥମ ରାଜ୍ୟ ଭାବେ କରୋନା ପାଇଁ ୪ କୋଟିରୁ ଊର୍ଦ୍ଧ୍ୱ ନମୁନା ଯାଞ୍ଚ୍‌ କରିଛି ଉତ୍ତର ପ୍ରଦେଶ। ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅମିତ ମୋହନ ପ୍ରସାଦ ଏନେଇ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ସମୁଦାୟ ୪,୦୧,୪୧,୩୫୪ ନମୁନା ଯାଞ୍ଚ କରାଯାଇଛି। ଉତ୍ତରପ୍ରଦେଶ ୪ କୋଟିରୁ ଅଧିକ ପରୀକ୍ଷା କରିଥିବା ଦେଶର ପ୍ରଥମ ରାଜ୍ୟ ହୋଇପାରିଛି।
ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨,୯୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୨୬୫ ରୋଗୀଙ୍କ ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ୩୦,୩୯୮ ଜଣଙ୍କୁ ମଧ୍ୟ ଡିସଚାର୍ଜ କରାଯାଇଛି। ଏବେ ସମଗ୍ର ରାଜ୍ୟରେ ମୋଟ ସକ୍ରିୟ ମାମଲା ୩,୦୬, ୪୫୮ ରହିଛି।

Share