୭୫ ଲକ୍ଷ କରୋନା ପରୀକ୍ଷା କରିବାରେ ଦେଶର ପ୍ରଥମ ରାଜ୍ୟ ହେଲା ଉତ୍ତର ପ୍ରଦେଶ

ଲକ୍ଷ୍ନୌ, ୧୩।୯: ୭୫ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ପରୀକ୍ଷା କରାଇବାରେ ଉତ୍ତର ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହୋଇଛି। ରବିବାର ଉତ୍ତର ପ୍ରଦେଶ ଗୃହ ସଚିବ ଅବନୀଶ ଆଓ୍ବସ୍ତି ଏହି ସୂଚନା ଦେଇଛନ୍ତି। ‘ଶନିବାର ଆମେ ଏକ ଲକ୍ଷ ୪୭ରୁ ଊର୍ଦ୍ଧ୍ୱ ପରୀକ୍ଷା କରି ୭୫ ଲକ୍ଷ ମାର୍କ ଅତିକ୍ରମ କରିଛୁ। ୩୦ ସେପ୍ଟେମ୍ବର ପୂର୍ବରୁ ଉତ୍ତର ପ୍ରଦେଶରେ ଏକ କୋଟି କରୋନା ପରୀକ୍ଷା କରାଇବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ୟ ରଖିଛନ୍ତି। ଏହି ସଂଖ୍ୟା ଛୁଇଁବାରେ ଉତ୍ତର ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହେବ। ବର୍ତ୍ତମାନ ଦିନକୁ ଉତ୍ତର ପ୍ରଦେଶରେ ଏକ ଲକ୍ଷ ୪୦ ହଜାର କରୋନା ପରୀକ୍ଷା କରାଯାଉଥିବାବେଳେ ଖୁବ୍‌ଶୀଘ୍ର ଏହାକୁ ୨ ଲକ୍ଷ କରିବାକୁ ପ୍ରସ୍ତୁତି ଚାଲିଛି’ ବୋଲି ଅବନୀଶ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ୩୬କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୩୯ ହଜାର ୪୮୫ଜଣ ଲୋକ ଆରୋଗ୍ୟ ଲାଭ କରିସାରିଛନ୍ତି। ସେହିଭଳି ୬୮ ହଜାର ୧୧୨ ଜଣ ଚିକିତ୍ସାଧୀନ ରହି ବୋଲି ଅବନୀଶ ସୂଚନା ଦେଇଛନ୍ତି।

Share