Categories: ଜାତୀୟ

ମୋବାଇଲରେ କଥା ହେଲେ ଦେବାକୁ ପଡିବ ୧୦ ହଜାର ଟଙ୍କା ଜରିମାନା

ଲକ୍ଷ୍ନୌ,୩୧।୭: ଏଥର କଡ଼ା ହୋଇଛି ମୋଟରଯାନ ନିୟମ। ଏଣିକି ଉତ୍ତରପ୍ରଦେଶରେ ଗାଡ଼ି ଚଲାଉଥିବା ବେଳେ ମୋବାଇଲରେ କଥା ହେଲେ ୧୦ ହଜାର ଟଙ୍କା ଜରିମାନ ଦେବାକୁ ପଡିବ ବୋଲି ସୂଚନା ରହିଛି। ପ୍ରଥମେ ୧ ହଜାର ଓ ଦ୍ୱିତୀୟ ଥର ଧରା ପଡିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ସରକାର ନର୍ଦ୍ଦେଶ ଜାରି କରିଛନ୍ତି। ସେହି ପରି ହେଲମେଟ ନ ପିନ୍ଧିଥିଲେ ୧ହଜାର ଟଙ୍କା, ପାର୍କିଂ ନିୟମ ଉଲ୍ଲଂଘନ କଲେ ପ୍ରଥମ ଥର ୫ଶହ ଓ ଦ୍ୱିତୀୟ ଥର ୧୫ଶହ ଟଙ୍କା ଜରିମାନା ଦେବାକୁ ପଡିବ। ସେହିପରି ସିଟ୍‌ ବେଲ୍ଟ ନ ବାନ୍ଧିଥିଲେ ଅବା ବିମା ଲାଇସେନ୍ସ କିମ୍ବା ୧୪ ବର୍ଷରୁ କମ୍‌ ବୟସର ପିଲା ଗାଡି ଚଳାଇଲେ ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି।

Share