Categories: ଜାତୀୟ

ଓବିସି ସଂରକ୍ଷଣ ବିନା ହେଉ ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନ: ହାଇକୋର୍ଟ…

ଲକ୍ଷ୍ନୌ,୨୭।୧୨ : ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏକ ବଡ ଫିଇସଲା ଦେଇଛନ୍ତି। ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏଥର ବିନା ସଂରକ୍ଷଣରେ କରାଯାଉ। କୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଟ୍ରିପଲ ପରୀକ୍ଷା ନହେବା ପର୍ଯ୍ୟନ୍ତ ସଂରକ୍ଷଣ କାର୍ଯ୍ୟକାରୀ କରାଯିବା ଉଚିତ ନୁହେଁ। ୨୦୧୭ ର ଓବିସି ରାପିଡ ସର୍ଭେକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

ପୌରପରିଷଦ ନିର୍ବାଚନ ପାଇଁ ଡିସେମ୍ବର ୫ରେ ଜାରି କରାଯାଇଥିବା ବିଜ୍ଞପ୍ତି ଡ୍ରାଫ୍ଟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି। ଏହି ନିଷ୍ପତ୍ତି ପରେ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସଂରକ୍ଷଣ ବିନର ପୌରପରିଷଦ ନିବ;ାଚନ ନହେଉ ବୋଲି ଏସପି, କଂଗ୍ରେସ ଦାବି କରିଛନ୍ତି। ନିର୍ବାଚନ ଉପରେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟୁଇଟ କରିଛନ୍ତି।

ପୌରପରିଷଦ ନିର୍ବାଚନ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶର ବିସ୍ତୃତ ଅଧ୍ୟୟନ ଏବଂ ଆଇନ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ସରକାରୀ ସ୍ତରରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ ଲେଖିଛନ୍ତି। ଏହି ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ ଅଖିଳେଶ ଯାଦବ ଟୁଇଟ କରିଛନ୍ତି ଯେ,ସଂରକ୍ଷଣ ବିରୋଧୀ ଭାଜପା ପୌରପରିଷଦ ନିର୍ବାଚନରେ ଓବିସି ସଂରକ୍ଷଣ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦି ସହାନୁଭୂତି ଦେଖାଉଛି। ଭାଜପା ପଛୁଆ ଲୋକଙ୍କ ସଂରକ୍ଷଣ ଅଧିକାର ଛଡ଼ାଇ ନେଇଛି। ଏହା ଆଗାମୀ ଦିନରେ ବାବାସାହେବ ଆମ୍ବେଡକରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦଳିତ ସଂରକ୍ଷଣକୁ ମଧ୍ୟ ହଟାଇ ଦେବ। ସଂରକ୍ଷଣକୁ ବଞ୍ଚାଇବା ପାଇଁ ସଂଗ୍ରାମରେ ଏସପିଙ୍କୁ ସମର୍ଥନ କରିବାକୁ ସେ ପଛୁଆ ଏବଂ ଦଳିତ ବର୍ଗଙ୍କୁ ନିବେଦନ କରିଛନ୍ତି।

Share