Categories: ଜାତୀୟ

୩ ଦିନରେ ଇସ୍ତଫା ଦେଲେଣି ୧୧ ବିଧାୟକ

ଲକ୍ଷ୍ନୌ,୧୪।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଧାୟକ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦେବା ଧାରା ଜାରି ରହିଛି। ଏହି ଧାରାରେ ଯୋଡ଼ି ହୋଇ ଯୋଗୀ ଆଦିତ୍ୟନାଥଙ୍କ ସରକାରରୁ ଇସ୍ତଫା ଦେଇଛନ୍ତି ବିଧାୟକ ଚୌଧାରୀ ଅମର ସିଂ। ୩ ଦିନ ମଧ୍ୟରେ ଏହା ହେଉଛି ୧୧ତମ ଇସ୍ତଫା। ଭାଜପା ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଥିବା ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ପୁଣି ଥରେ ଫାଇଦାରେ ରହିଛି।

“ଏହି ସରକାର ମିଛ କହୁଛି। ରାଜ୍ୟରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ। ମୁଁ ଅଖିଳେଶଙ୍କୁ ଭେଟିଥିଲି। ତାଙ୍କ ଦଳରେ ଯୋଗଦେବି। ଶୀଘ୍ର ଆମ ସହ ଅଧିକ ଲୋକେ ଯୋଡ଼ି ହେବେ” ବୋଲି ଅମର ସିଂ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାରଠାରୁ ଏପର୍ଯ୍ୟନ୍ତ ଭାଜପାର ୩ ମନ୍ତ୍ରୀ ସମେତ ୧୦ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି। ମନ୍ତ୍ରୀ ଏସ୍‌ ପି ମୌର୍ଯ୍ୟଙ୍କ ସହ ଆରମ୍ଭ ହୋଇଥିଲା ଇସ୍ତଫା ଧାରା। ତା’ ପରେ ତାଙ୍କ ଘନିଷ୍ଠ ବିଧାୟକ ଭାଗବତୀ ସାଗର, ରୌଶନ ଲାଲ ବର୍ମା ଓ ବ୍ରିଜେଶ ପ୍ରଜାପତି ସେହି ଦିନ ଇସ୍ତଫା ଦେଇଥିଲେ।

Share