ଉତ୍ତର ପ୍ରଦେଶ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୫୮ ଆସନରେ ୬୦% ମତଦାନ

ଲକ୍ଷ୍ନୌ,୧୦ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ପ୍ରଥମ ପର୍ଯ୍ୟାୟରେ ୧୧ ଜିଲାର ୫୮ଟି ଆସନ ଲାଗି ଭୋଟ ଗ୍ରହଣ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଭୋଟ ଗ୍ରହଣ ସନ୍ଧ୍ୟା ୬ଟାରେ ଶେଷ ହୋଇଛି । ଭୋଟ ଦେବା ପାଇଁ ଏଥର ଜନତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ପୋଲିଂ ବୁଥ ବାହାରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା । ଏଥିରେ ୫୮ ଆସନ ପାଇଁ ୬୨୩ ଜଣଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି । ଠିକ୍ ମାସକ ପରେ ଅର୍ଥାତ୍ ମାର୍ଚ୍ଚ ୧୦ରେ ଏହାର ଫଳାଫଳ ଘୋଷଣା କରାଯିବ ।
ସୂଚନାଯୋଗ୍ୟ, ସନ୍ଧ୍ୟା ୬ଟା ସୁଦ୍ଧା ୫୮ଆସନ ଲାଗି ୬୦% ମତଦାନ କରାଯାଇଛି । ସବୁଠାରୁ ଅଧିକ ମତଦାନ କୈରାନାରେ ହୋଇଥିବା ବେଳେ ସେଠାରେ ୬୫.୩ ପ୍ରତିଶତ ମତଦାନ ହୋଇଛି । ସେହିପରି ସବୁଠାରୁ କମ୍ ମତଦାନ ସାହିବାବାଦରେ ହୋଇଥିବା ବେଳେ ସେଠାରେ ମାତ୍ର ୩୮ ପ୍ରତିଶତ ମତଦାନ ହୋଇଛି ।

Share