Categories: ଜାତୀୟ

ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି

ଲକ୍ଷ୍ନୌ,୨ ।୫: ଦେଶରେ ପୁଣିଥରେ ମୁଣ୍ଡ ଟେକିଲାଣି କରୋନା ମହାମାରୀ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଉଭୟ ସାଧାରଣ ଜନତା ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଉତ୍ତର ପ୍ରଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ଗୌତମ ବୁଦ୍ଧ ନଗରରେ ୧୪୪ ଧାରା ଲାଗୁ କରାଯାଇଛି । ଏହା ମେ’ ୩୧ ପର୍ଯ୍ୟନ୍ତ ଜାରି ରହିବ । ଏହାସହ ସେଠାରେ କରୋନା କଟକଣାକୁ ମଧ୍ୟ କଡାକଡି କରାଯାଇଛି । ଆଗକୁ ବିଭିନ୍ନ ପର୍ବପର୍ବାଣି ଥିବାରୁ ଭିଡକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଏହି ସମୟରେ ଫେସ ମାସ୍କକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ପବ୍ଲିକ ପ୍ଲେସରେ ନମାଜ ପଢିବା ଅବା ସଭା ସମିତି ଆୟୋଜନକୁ ବାରଣ କରାଯାଇଛି । ଏହାସହ ସମସ୍ତ କରୋନା ନିୟମକୁ ମାନି ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି ।

Share