Categories: ଖେଳ

ଉତ୍ତର ପ୍ରଦେଶ ଚାମ୍ପିୟନ

ରାଉରକେଲା ଅଫିସ,୨୯।୫: ସ୍ଥାନୀୟ ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ତ୍ରୟୋଦଶ ଜାତୀୟ ସବ୍‌-ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍‌ରେ ଉତ୍ତରପ୍ରଦେଶ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଦଳ ଓଡିଶାକୁ ୭-୧ ଗୋଲରେ ପରାସ୍ତ କରିଛି। ଉତ୍ତରପ୍ରଦେଶ ପକ୍ଷରୁ ଫରଓ୍ବାର୍ଡ ଖେଳାଳି ଉଜ୍ଜଲ ପାଲ (୬ଷ୍ଠ, ୩୮ ତମ ଓ ୪୭ ତମ ମିନିଟ ) ୩ ଗୋଲ ସ୍କୋର କରିଥିଲେ। ରାହୁଲ ଯାଦବ (୩୦ ତମ), କେତନ କୋସୱାଲା (୩୯ ତମ), ଅଧିନାୟକ ଅଜିତ ୟାଦବ (୫୪ ତମ) ଓ ରାହୁଲ ରାଜବର (୫୨ତମ) ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଓଡ଼ିଶା ପକ୍ଷରୁ ଦେଓନାଥ ନାନୁୱାର ଏକମାତ୍ର ଗୋଲ୍‌ ୫୭ ମିନିଟରେ ସ୍କୋର କରିଥିଲେ। ଅନ୍ୟପକ୍ଷରେ ୩ୟ ଓ ୪ର୍ଥ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ହରିୟାଣା ଦଳ ୪-୨ ଗୋଲରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି। ମଧ୍ୟପ୍ରଦେଶ ପକ୍ଷରୁ ତୁଷାର ପରମାର (୧୪ତମ ମିନିଟ) ପ୍ରଥମ ଗୋଲ୍‌ ସ୍କୋର କରିଥିଲେ। ପରେ ୨୨ତମ ମିନିଟ୍‌ରେ ଶୁଭାନ ଆବିଦ୍‌ ଆଉ ଏକ ଗୋଲ ଦେଇ ମଧ୍ୟପ୍ରଦେଶକୁ ୨-୦ ଗୋଲରେ ଅଗ୍ରଣୀ କରାଇଥିଲେ। କିନ୍ତୁ ହରିୟାଣା ଦଳ ଦୃଢ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ସମୟରେ ୪ ଗୋଲ୍‌ ସ୍କୋର କରିଥିଲା। ଦଳ ପକ୍ଷରୁ ସୁନୀଲ ୨ଟି ଏବଂ ଫରଓ୍ବାଡର୍ର୍ ଖେଳାଳି ହାପି ଓ ନୀରଜ ଗୋଟିଏ ଲେଖାଏଁ ଗୋଲ ଦେଇ ସେମାନଙ୍କ ଦଳକୁ ବିଜୟୀ କରିଥିଲେ।

Share