ସଂଘର୍ଷରୁ ସଫଳ ‘ଉତ୍ତମ’

ଭୁବନ, ୩।୧୨(ଡି.ଏନ.ଏ.)  ସମୟର ପ୍ରତିକୂଳ ସ୍ରୋତ ଛଡ଼ାଇ ନେଇଥିଲା ବହି ବସ୍ତାନି। ଜଣେ ମେଧାବୀ ଛାତ୍ରଙ୍କ ଉଚ୍ଚଶିକ୍ଷିତ ହେବାର ଅଭିଳାଷରେ ସେଇଠି ପଡ଼ିଗଲା ଯବନିକା। ତଥାପି ସେ ମାନି ନ ଥିଲେ ହାର୍‌। ହାତରେ ଆଶାବାଡ଼ି, କାନ୍ଧରେ ଦାୟିତ୍ୱର ବଡ଼ ଗଣ୍ଠିଲି ଧରି ସେ ଆରମ୍ଭ କଲେ ଯାତ୍ରା। ନିଷ୍ଠାପର ଉଦ୍ୟମ ଏବଂ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ଆତ୍ମନିର୍ଭରଶୀଳ କରିଛି। ସଂଘର୍ଷରୁ ସଫଳ ତଥା ଦିବ୍ୟାଙ୍ଗଙ୍କ ପ୍ରେରଣାର ଉତ୍ସ ପାଲଟିଥିବା ଏହି ବ୍ୟକ୍ତି ଜଣକ ହେଲେ ଭୁବନ ବ୍ଲକର ଉତ୍ତମ ମଲ୍ଲିକ।
ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୂଷଳ ପଞ୍ଚାୟତ ଚଣ୍ଡୀପାଳ ଗ୍ରାମର ଉତ୍ତମ ମଲ୍ଲିକ ଜଣେ ଦିବ୍ୟାଙ୍ଗ। ତାଙ୍କର ବାମଗୋଡ଼ ପୋଲିଓ ଯୋଗୁ ସମ୍ପୂର୍ଣ୍ଣ ଅକାମୀ ହୋଇଯାଇଛି। ଡାହାଣ ଗୋଡ଼ ମଧ୍ୟ ଶତ ପ୍ରତିଶତ ଠିକ୍‌ରେ କାର୍ଯ୍ୟ କରୁନାହିଁ। ବିନା ଆଶା ବାଡ଼ିରେ ଚଲାବୁଲା କରିବା ତାଙ୍କ ଲାଗି ଦୁରୂହ ବ୍ୟାପାର। ବର୍ଷକର ହୋଇଥିବାବେଳେ ଉତ୍ତମ ରୋଗାକ୍ରାନ୍ତ ହେଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ଜୀବନ ସଂଘର୍ଷ। ପିଲାଟି ଦିନରୁ ଶିକ୍ଷାରେ ଧୁରୀଣ ଉତ୍ତମ ସରାଙ୍ଗ ନବୋଦୟ ବିଦ୍ୟାଳୟରେ ପାଠ ପଢ଼ିବାର ସୁଯୋଗ ପାଇଥିଲେ। ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବାବେଳେ ସରକାରୀ ନିୟମ ଅନୁଯାୟୀ ସେ ବିହାରରେ ପଢ଼ିବା ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ। ହେଲେ ବିହାର ଯିବା ପୂର୍ବରୁ ଅସୁସ୍ଥ ବାପା ହାତ ଛାଡ଼ି ଚାଲିଗଲେ ଆରପାରିକୁ। ଏପରି ସମୟରେ ସେ ବିହାର ଯିବା ଅବସ୍ଥାରେ ନ ଥିଲେ। ସରକାରୀ ନିୟମ ଅନୁଯାୟୀ ତାଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ପଡ଼ିଲା। ଅସମୟରେ ବାପାଙ୍କୁ ହରାଇଥିବା ଉତ୍ତମଙ୍କ କାନ୍ଧରେ ପଡ଼ିଥିଲା ମା’ ଖୁଲଣା ଏବଂ ୪ ଭଉଣୀଙ୍କ ବୋଝ। ଏହାପରେ ତାଙ୍କୁ ଘାରିଥିଲା ରୋଜଗାର ଚିନ୍ତା। କାଠକାମ, ଚିତ୍ର ଆଙ୍କିବାରେ ସଉକ ରଖୁଥିବା ଉତ୍ତମଙ୍କୁ ଏଭଳି ଦୁଃସମୟରେ ସହଯୋଗ କରିବାକୁ ଆଗେଇ ଆସିଲେ ଗ୍ରାମର କାଠ କାରିଗର ଚିନ୍ତାମଣି ବେହେରା। ତାଙ୍କ ନିକଟରେ ୧୫ ଦିନ କାଠକାମ ଶିଖିବା ପରେ ନିହାଣ, ମୁଗୁର ଧରିଥିଲେ ଉତ୍ତମ। ଏଥିରେ ସିଦ୍ଧହସ୍ତ ହୋଇଯିବା ପରେ ନିଜସ୍ବ ଉଦ୍ୟମରେ ଏକ ଫର୍ନିଚର ଦୋକାନ କରିଛନ୍ତି। ୧୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ ଲକ୍ଷାଧିକ ଟଙ୍କାରେ ପହଞ୍ଚତ୍ଛି। ତାଙ୍କ ନିକଟରେ ଅନ୍ୟ ୭ଜଣ କାରିଗର କାମ କରୁଛନ୍ତି। ତାଙ୍କ ଦୋକାନରୁ ନିର୍ମିତ ସାମଗ୍ରୀ ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଅନୁଗୋଳ ଜିଲାକୁ ଯାଉଛି। ସମସ୍ତ ଖର୍ଚ୍ଚ ଯିବା ପରେ ମାସିକ ୩୦,୦୦୦ ଟଙ୍କା ଯାଏ ଲାଭ ହେଉଛି। ନିଜ ରୋଜଗାରରେ ୪ ଭଉଣୀଙ୍କୁ ବିବାହ ଦେଇଛନ୍ତି। ମା’, ସ୍ତ୍ରୀ ଏବଂ ୨ ଝିଅପୁଅଙ୍କ ଅଭାବ ଅସୁବିଧା ବୁଝୁଛନ୍ତି। ନିକଟରେ ପିଏମ୍‌ଇଜିପି ସ୍କିମ୍‌ରେ ୨୫ ଲକ୍ଷ ଟଙ୍କା ଋଣ ଆବେଦନ କରିଥିଲେ। ଯୋଗ୍ୟ ବିବେଚିତ ହେବା ସହ ପ୍ରଶିକ୍ଷଣ ନେଇଥିଲେ। ଋଣ ମଞ୍ଜୁର ହୋଇଥିଲେ ସେ ଏକ ଶୋ’ରୁମ୍‌ କରିବାକୁ ଆଶା ରଖିଥିଲେ। ହେଲେ ବ୍ୟାଙ୍କ ଋଣ ଦେବାକୁ ମନା କରିବା ପରେ ନିରାଶ ହୋଇଛନ୍ତି ଉତ୍ତମ। ସରକାରୀସ୍ତରରେ ସହଯୋଗ ମିଳିଲେ ଅନେକ ଦିବ୍ୟାଙ୍ଗ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri