ଏମିତି ଆରମ୍ଭ ହୋଇଥିଲା ଉତ୍ତମ -ଅପରାଜିତାଙ୍କ ଲଭଷ୍ଟୋରୀ, କେବେବି କହି ନ ଥିଲେ I love you…

ଭୁବନେଶ୍ୱର,୨୮।୨: ଆମ ଗହଣରେ ନାହାଁନ୍ତି ଓଡି଼ଆ ଅଭିନେତା ଉତ୍ତମ ମହାନ୍ତି। ନବେ ଦଶକର ଏହି ଅଭିନେତାଙ୍କ ଚିକିତ୍ସାଧିନ ଅବସ୍ଥାରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ମୃତ୍ୟୁ ଘଟିଛି। ତାଙ୍କ ଦେହାନ୍ତରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ଉତ୍ତମଙ୍କ ମୃତ୍ୟୁକୁ ନେଇ ଭାଙ୍ଗିପଡିଛନ୍ତି ସ୍ତ୍ରୀ ଅପରାଜିତା ମହାନ୍ତି। ନିଜ ଜୀବନସାଥୀକୁ ଏତେ ଶୀଘ୍ର ହରାଇବେ ବୋଲି ସେ ଭାବିନଥିଲେ। ଏହି ଷ୍ଟାର୍‌ କପଲଙ୍କ ଲଭଷ୍ଟୋରୀ ଆଜିବି ଖୁବ ଚର୍ଚ୍ଚାରେ। ତେବେ ଆସନ୍ତୁ ଜାଣିବା କେମିତି ଆରମ୍ଭ ହୋଇଥିଲା ଉତ୍ତମ -ଅପରାଜିତାଙ୍କ ଲଭଷ୍ଟୋରୀ।

୧୯୮୨ରେ ରିଲିଜ ହୋଇଥିବା ଓଡି଼ଆ ଫିଲ୍ମ ‘ଅସ୍ତରାଗ’ ଶଟିଂ ସେଟ୍‌ରେ ପ୍ରଥମେ ଅପରାଜିତାଙ୍କୁ ଦେଖିଥିଲେ ଉତ୍ତମ। ପରେ ଉତ୍ତମ ଶୁଟିଂ ସେଟ ରୁ ଫେରି ଅପରାଜିତାଙ୍କୁ ଭଲ ପାଉଥିବା କଥା ନିଜ ମାଆଙ୍କୁ କହିଥିଲେ। କିନ୍ତୁ ଅପରାଜିତାଙ୍କ ମନ ଜିଣିବା ଏତେ ସହଜ ନଥିଲା। ଅପରାଜିତାଙ୍କୁ ନିଜ ମନର କଥା କହିବାକୁ ଉତ୍ତମଙ୍କୁ ୫ ବର୍ଷ ସମୟ ଲାଗିଥିଲା। ଉଭୟ ଦୀର୍ଘଦିନ ଧରି ପରସ୍ପରଙ୍କୁ ଡେଟ କରିଥିଲେ। କିନ୍ତୁ ଅପରାଜିତାଙ୍କୁ କେବେବି ସେ ଆଇ ଲଭ ୟୁ କହି ନଥିଲେ। ବରଂ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିଲେ। ଯାହାପରେ ଅପରାଜିତା ରାଜି ହୋଇଥିଲେ।

ଅନ୍ୟପଟେ ଅପରାଜିତାଙ୍କ ହିନ୍ଦୁ ହୋଇ ନ ଥିବାରୁ ବିବାହରେ ବହୁ ବିବାଦ ଦେଖାଦେଇଥିଲା। ହେଲେ ସମାଜକୁ ଖାତିର ନ କରି ୧୯୮୭ ରେ ହିନ୍ଦୁ ରିତିନୀତିରେ ବିବାହ କରିଥିଲେ ଉତ୍ତମ। ବିବାହର ୨ ବର୍ଷ ପରେ ଅର୍ଥାତ୍‌ ୧୯୮୯ରେ ଉତ୍ତମ ଆଉ ଅପରାଜିତାଙ୍କ କୋଳକୁ ଆସିଥିଲେ ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ।

ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତି ଆଉ ନାହାନ୍ତି। ସମଗ୍ର ଓଡ଼ିଶା, ବିଶ୍ୱବ୍ୟାପୀ ତାଙ୍କ ପ୍ରଶଂସକ, ପରିବାର, ଶୁଭେଚ୍ଛୁ ଏବଂ ସର୍ବୋପରି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସମ୍ପ୍ରଦାୟ ଓଡ଼ିଆ ଚଳଚ୍ଚିତ୍ରର ଏହି ସୁପରଷ୍ଟାରଙ୍କୁ ମନେ ପକାଉଛନ୍ତି।

ଉତ୍ତମ ମହାନ୍ତିଙ୍କ ନାମରେ ଅନେକ ବ୍ଲକବଷ୍ଟର ଓଡ଼ିଆ ଚଳଚ୍ଚିତ୍ର ଅଛି। ସେ ଓଡ଼ିଆ, ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମା ସମେତ ପ୍ରାୟ ୧୩୫ ଟି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ, ସେ କିଛି ଟିଭି ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ମହାନ୍ତି ତାଙ୍କ ବଳିଷ୍ଠ ଅଭିନୟ ପାଇଁ ଅନେକ ପୁରସ୍କାର ଜିତିଛନ୍ତି।

ଉତ୍ତମ ମହାନ୍ତି ଏକମାତ୍ର ଓଡ଼ିଆ ଅଭିନେତା ଥିଲେ ଯିଏ ୧୯୮୨, ୧୯୮୩ ଏବଂ ୧୯୮୪ ରେ ଲଗାତାର ତିନି ବର୍ଷ ରାଜ୍ୟ ସରକାରଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ୧୯୯୯ରେ, ତାଙ୍କୁ ପ୍ରତିଷ୍ଠିତ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri