ଉତ୍କଳମଣିଙ୍କ ଜନ୍ମପୀଠ ଚଳଚଞ୍ଚଳ, ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି

ସାକ୍ଷୀଗୋପାଳ,୯ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦାସଙ୍କ ୧୪୮ ତମ ଜୟନ୍ତୀ ଅବସରରେ ଗୁରୁବାର ସତ୍ୟବାଦୀ ଯୁବ ସଂଗଠନ ପକ୍ଷରୁ ପ୍ରତିବର୍ଷ ପରି ପଞ୍ଚସଖା ସମାଧିପୀଠରେ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସମାଧି ପୀଠରେ ପହଞ୍ଚି ପ୍ରଦୀପ ପ୍ରଜ୍ବଳନ ଓ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଗୋପବନ୍ଧୁଙ୍କ ରଚିତ କବିତା, ବେଦ, ବାଇବେଲ, ବାହାଇ, ଗାନ୍ଧୀ, ଗୋପବନ୍ଧୁଙ୍କ ପ୍ରିୟ ଭଜନ, ହରିନାମ କୀର୍ତ୍ତନ ଓ ଭାଗବତ ପାଠ କରାଯାଇଥିଲା। ସତ୍ୟବାଦୀ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଶତାଧିକ କର୍ମୀ ସାକ୍ଷୀଗୋପାଳ ଓ ସୁଆଣ୍ଡୋରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ନିବେଦନ କରିଥିଲେ।

ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଜୟନ୍ତ ହୋତା, ବ୍ଲକ କଂଗ୍ରେସ ସଭାପତି ସୁାଷ ମହାପାତ୍ର, ଯୁବ ସଭାପତି ଲିପ୍ତି ରଞ୍ଜନ ପ୍ରଧାନ, ଛାତ୍ର ସଭାପତି ଆଦର୍ଶ ମିଶ୍ର, କାହ୍ନୁ ଚରଣ ପ୍ରଧାନ ଓ କୁଳମଣି ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ସସ୍କୃତି ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସ୍ଥାନୀୟ ବିଧାୟକ ଓମ୍‌ ପ୍ରକାଶ ମିଶ୍ର, ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ବେହେରା, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ବିଡିଓ ଦେବାଶିଷ ନାୟକ, ଏସ୍‌ଡିପିଓ ଦେବାଶିଷ ମିଶ୍ର ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଗୋପବନ୍ଧୁଙ୍କ ସମାଧିପୀଠରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ଜନ୍ମପୀଠ ସୁଆଣ୍ଡୋରେ ଗୋପବନ୍ଧୁଙ୍କ ଜୟନ୍ତୀ ସମାରୋହରେ ପାଳିତ ହୋଇଛି। ଓଡ଼ିଆ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଦିବସରେ ମନ୍ତ୍ରୀ ଯୋଗଦେଇଛନ୍ତି।

 

Dharitri – disha’s Leading and Most Trusted Odia Newspaper

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀପ ରାୟ ମୋତେ ଫୋନ କରିଥିଲେ, କିନ୍ତୁ ମୁଁ…ମତଦାନ ପୂର୍ବରୁ ବଡ଼ କଥା କହିଦେଲେ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଭୋଟିଂ ପ୍ରକ୍ରିୟା ଜାରି ରହିଛି। ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ।…

ଷ୍ଟ୍ରେଟ ଅଫ ହର୍ମୁଜରେ ଜାହାଜଗୁଡ଼ିକୁ ସୁରକ୍ଷା ଦେବ ଆମେରିକା? ଘୋଷଣା କରିବେ ଟ୍ରମ୍ପ? ଚାଲିଛି ବଡ଼ ଯାଜନା…

ଓ୍ବାଶିଂଟନ,୧୬।୩: ଆମେରିକା ଖୁବ ଶୀଘ୍ର ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ରଖିବା ପାଇଁ ଏକ ଅନ୍ତର୍ଜାତୀୟ ମେଣ୍ଟ ଘୋଷଣା କରିପାରେ। ପ୍ରମୁଖ ବିଶ୍ୱ ରାଷ୍ଟ୍ରଗୁଡ଼ିକର ସହଯୋଗରେ ଗଠିତ, ଏହି…

କାହାକୁ ଭୋଟ ଦେଲେ ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼: ନିଜେ କଲେ ବଡ଼ ଖୁଲାସା

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ। ୫ଟାରେ…

ଟ୍ରମ୍ପଙ୍କ ଇସାରାରେ ନାଚିବ ଚାଇନା? ବଡ଼ ବିବୃତ୍ତି ଜାରି – ଷ୍ଟ୍ରେଟ ଅଫ ହର୍ମୁଜ ଦଖଲ କରିବାକୁ ଧମକ; ଘଟିବ କିଛି ବଡ଼ ଘଟଣା…

ଓ୍ବାଶିଂଟନ,୧୬।୩: ଫାଇନାନ୍ସିଆଲ ଟାଇମ୍ସ (FT) ସହିତ ଏକ ସାକ୍ଷାତକାରରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ସିଧାସଳଖ ଚାପ ପକାଇଛନ୍ତି। ସେ କହିଛନ୍ତି ଯେ ଷ୍ଟ୍ରେଟ…

ପାରାଦୀପରୁ ଫେରିଲେ ବିଧାୟକ: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ। ୫ଟାରେ…

IPL 2026 ବଡ଼ ଧମାକା କରିବେ ବୈଭବ ସୂର୍ଯ୍ୟବଂଶୀ! ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୬।୩: ଭାରତୀୟ କ୍ରିକେଟର ଉଦୀୟମାନ ଯୁବ ତାରକାଙ୍କ ମଧ୍ୟରୁ ଜଣେ ବୈଭବ ସୂର୍ଯ୍ୟବଂଶୀ ଏବେ ଏକ ପ୍ରମୁଖ ଲକ୍ଷ୍ୟ ସହିତ 2026 IPL ସିଜିନରେ ଆରମ୍ଭ କରିବାକୁ…

ଅସ୍ବାଭାବିକ ଋତୁ ପରିବର୍ତ୍ତନ ଜୀବଜଗତର ଆଚରଣ ବଦଳାଉଛି

ଓ୍ବାଶିଂଟନ୍‌ ,୧୬ା୩: ଜଳବାୟୁ ପରିବର୍ତ୍ତନ ଏବେ ବିଶ୍ୱ ସମାଜ ପାଇଁ ସବୁଠୁ ଚିନ୍ତାଜନକ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନର ଦୀର୍ଘସୂତ୍ରୀ ପ୍ରଭାବ ମାନବ ସମାଜ ପାଇଁ କେତେ ଅନିଷ୍ଟକର,…

ଆରାବଳୀ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ,୧୬ା୩(ପି.ଟି.): ଆରାବଳୀ ପର୍ବତମାଳାର ସାର୍ବଜନିକ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ଉଚ୍ଚ କ୍ଷମତାସମ୍ପନ୍ନ ବିଶେଷଜ୍ଞ କମିଟି ଗଠନ ନିମନ୍ତେ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି ଦେଇଥିବା ପ୍ରସ୍ତାବ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri