ଉତ୍କଳମଣି ଗୋପବନ୍ଧୁ ଥିଲେ ପ୍ରଥମ ଉପାଧ୍ୟକ୍ଷ

ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ୧୧୮ ବର୍ଷରେ ପଦାର୍ପଣ କରିଛି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଶାସନକାଳ ସମୟରେ ବାରିପଦା ସହରର ୨ବର୍ଗ କି.ମି. ଆୟତନକୁ ନେଇ ୧୯୦୫ ଜୁଲାଇ ୧ତାରିଖରେ ଏହି ପୌର ପରିଷଦ କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ଚର୍ଚ୍ଚିତ ବିଷୟ ହେଉଛି ମୟୂରଭଞ୍ଜ ରାଜ୍ୟର ସରକାରୀ ଆଇନଜୀବୀ ଉକତ୍ଳମଣି ଗୋପବନ୍ଧୁ ଦାସ ଥିଲେ ଏହି ପୌର ପରିଷଦର ପ୍ରଥମ ଉପାଧ୍ୟକ୍ଷ। ସେ ସମୟର ଉଚ୍ଚ ଚିନ୍ତାଧାରାକୁ ନେଇ ସହରର ରାସ୍ତାଘାଟ, ପାନୀୟଜଳ, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍‌ ସେବା ସହ ବିଭିନ୍ନ ଦିଗରେ ପୌର ପରିଷଦ ଆଗରେ ଥିଲା ା ଏହି ପୌର ପରିଷଦ ଅଧୀନରେ ଏବେ ୨୮ଟି ୱାର୍ଡ ରହିଛି। ୨୦୧୧ଜନଗଣନା ଅନୁଯାୟୀ ଏହି ପରିଷଦର ଜନସଂଖ୍ୟା ୧ଲକ୍ଷ ୧୬ହଜାର ଥିବା ବେଳେ ୧୧ବର୍ଷରେ ତାହା ଦେଢ ଲକ୍ଷ ଟପିଲାଣି ା

ବିକାଶ ଦିଗରେ କାର୍ଯ୍ୟ କରୁଥିବା ଏହି ପୌର ପରିଷଦ ବହୁ ପଛରେ ପଡ଼ିରହିଛି। ଗମନାଗମନ, ଆମୋଦ ପ୍ରମୋଦ ଓ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆସିପାରୁ ନାହିଁ ା ଫଳରେ ବର୍ଷାଦିନେ ସହରବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ୱାର୍ଡରେ ଡ୍ରେନ ସଫେଇ ଓ ପରିମଳ ବ୍ୟବସ୍ଥାରେ ଉନ୍ନତୀକରଣଠାରୁ ଆରମ୍ଭ କରି ଜମ୍ଭୀରା ନଦୀରୁ ପାନୀୟ ଜଳ ଯୋଗାଣ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବା ସରକାରୀ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଉଛି। ମଧୁବନ ଅଞ୍ଚଳର ଫଳ ଉଦ୍ୟାନ, ଚିଡ଼ିଆଖାନା, ଉଦ୍ୟାନ ପରିକ୍ରମା ପାଇଁ ରେଳପଥ, ଭଞ୍ଜପୁରର ବ୍ୟାଘ୍ର ସଫାରି ସହରବାସୀଙ୍କ ପାଇଁ ସ୍ବପ୍ନ ପାଲଟିଯାଇଛି। ପୌରପାଳିକାର ନିଜସ୍ବ କାର୍ଯ୍ୟାଳୟଟି ୧୯୧୭ ମସିହାରେ ନିର୍ମାଣ କରାଯାଇଥିତ୍ବା ବେଳେ ତାହା ଦୂରକୁ ସୁନ୍ଦର ଭାବେ ଉଭା ହୋଇଛି। ଜୁବଲୀ ଲାଇବ୍ରେରି ଓ ବାରିପଦା କ୍ଲବ ଭଳି କେତେକ ଅନୁଷ୍ଠାନ କେବଳ ସ୍ମୃତିର ମୂକସାକ୍ଷୀ ହୋଇ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଐତିହ୍ୟଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଜବରଦଖଲକାରୀଙ୍କ ପାଇଁ ପୌର ପରିଷଦର ମାନଚିତ୍ର ବଦଳିଥିବା ବେଳେ ବେଆଇନ ଗୃହ, ରାସ୍ତା, ଡ୍ରେନ ଓ ଦୋକାନଗୃହ ନିର୍ମାଣ ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି।
କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ତୁଳନାରେ ଗାଡ଼ିମଟର ଚଳାଚଳ ଓ ଦୋକାନ ବୃଦ୍ଧି ପାଇଁ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ା ବିଜୟରାମଚନ୍ଦ୍ରପୁର ନିକଟରେ ଚିହ୍ନଟ ନୂତନ ବସ୍‌ଷ୍ଟାଣ୍ଡ କାର୍ଯ୍ୟକାରୀ ହେବା ଜରୁରୀ ହୋଇପଡିଛି। ସ୍ବାସ୍ଥ୍ୟ, ଶିକ୍ଷା ଓ ପାରିପାର୍ଶ୍ୱିକ ଉନ୍ନତି ପୌରପାଳିକା ବୟସ ତୁଳନାରେ ପଛରେ ପଡ଼ିଛି। ଅସ୍ତିଆ, ଚିପଟ ଅସ୍ତିଆ, ରଘୁନାଥପୁର, ମୁର୍ଗାବାଡ଼ି ଓ ପାଲବଣି ଅଞ୍ଚଳକୁ ପୌର ପରିଷଦରେ ସାମିଲ ସହିତ ୱାର୍ଡ ସଂଖ୍ୟା ବୃଦ୍ଧି କରାଗଲେ ସହରାଞ୍ଚଳ ବିକାଶ ଯୋଜନାରେ ଲୋକେ ବିଶେଷ ଉପକୃତ ହୋଇପାରନ୍ତେ। ଚଳିତ ସ୍ବାୟତ୍ତ ଶାସନ ଦିବସ ଅବସରରେ ଦଳମତ ନିର୍ବିଶେଷରେ ଏକ ହୋଇ ସହଯୋଗର ହାତ ବଢ଼ାଇଲେ ପୌର ପରିଷଦର ହଜିଯାଇଥିବା ଗୌରବ ପୁଣି ଫେରିଆସିବ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।
– ନୀଳାଦ୍ରି ବିହାରୀ ଦଣ୍ଡପାଟ, ବାରିପଦା


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri