ଉତ୍କର୍ଷର ଶିଖରରେ ପହଞ୍ଚିବ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷର ଶିଖରରେ ପହଞ୍ଚତ୍ବ। ଶୁକ୍ରବାର ଉତ୍କଳ ବିଶ୍ୱବିଦ୍ୟାଳୟର ୭୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନବନିଯୁକ୍ତ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏହା କହିଛନ୍ତି। ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ, ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି ସେ କହିଲେ, ଆସନ୍ତୁ ଉତ୍କଳକୁ ଏକ ଉତ୍କୃଷ୍ଟତର ଅନୁଷ୍ଠାନ ଭାବେ ଗଢିବାକୁ ଶପଥ ନେବା। ଏହାର ନିରନ୍ତର ବିକାଶ ପାଇଁ କାର୍ଯ୍ୟ ଜାରି ରଖିବା। ଏହି ଲକ୍ଷ୍ୟ ସାଧନ ନିମନ୍ତେ ସେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି। ଏଥିସହ ଡିଜିଟାଲ ଭିତ୍ତିଭୂମିର ସମ୍ପ୍ରସାରଣ, ଶିକ୍ଷାଦାନ ଓ ଶିକ୍ଷଣ ପାଇଁ ଉନ୍ନତ ଉପକରଣ ଏବଂ କ୍ୟାମ୍ପସର ପରିଷ୍କାର ପରିଚ୍ଛନ୍ନତା ହିଁ ତାଙ୍କ ଧ୍ୟାନ କେନ୍ଦ୍ର ହୋଇ ରହିବ ବୋଲି ସେ କହିଛନ୍ତି।
କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟ ସ୍ମରଣିକା ‘ଉତ୍କଳ ଅଭିଡ଼ି’କୁ ଉନ୍ମୋଚନ କରିଥିଲେ। ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତିଭାବେ ଯୋଗଦେଇ ପ୍ରଫେସର ଆଚାର୍ଯ୍ୟ ଇତିହାସ ରଚିଛନ୍ତି ବୋଲି ପ୍ରଫେସର ପଟ୍ଟନାୟକ କହିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଲେ, ଉତ୍କଳ ଉଚ୍ଚାଭିମୁଖୀ ଓ ପ୍ରଫେସର ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟ ମହାନ ଉଚ୍ଚତା ହାସଲ କରିବ। ଦେଶ ଓ ରାଜ୍ୟ ପ୍ରତି ଥିବା ଦାୟିତ୍ୱକୁ ମଧ୍ୟ ସୁଚାରୁରୂପେ ତୁଲାଇବେ ବୋଲି ଆଶା ଓ ବିଶ୍ୱାସ ରହିଛି। ଏହି ଅବସରରେ ପ୍ରଫେସର ପଟ୍ଟନାୟକ ‘ମିଡିଆରେ ଉତ୍କଳ’ ନାମକ ଏକ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏଥିରେ ଗତ ୩ବର୍ଷରେ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ ହୋଇଥିବା ସମସ୍ତ ଗଣମାଧ୍ୟମ ପ୍ରକାଶନ ସ୍ଥାନ ପାଇଛି।

ଧର୍ମପଦ କନ୍‌ଭୋକେଶନ ହଲ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁଳସଚିବ ଅଭୟ କୁମାର ନାୟକ ବିଶ୍ୱବିଦ୍ୟାଳୟ ଉପରେ ଏକ ରିପୋର୍ଟ ଉପସ୍ଥାପନ କରି ଗତବର୍ଷର ସମସ୍ତ ସଫଳତା ସମ୍ବନ୍ଧରେ ସୂଚନା ଦେଇଥିଲେ। କୋଭିଡ୍‌ ଆମ ସମ୍ମୁଖରେ ଏକ ବିରାଟ ଆହ୍ବାନ ହୋଇଥିବାବେଳେ ଆମେ ଶିକ୍ଷା ଓ ଅନୁସନ୍ଧାନକୁ ବଜାୟ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଛୁ ବୋଲି ନାୟକ କହିଥିଲେ। ପି.ଜି. ପରିଷଦ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ସ୍ବାଗତ ଭାଷଣ ଦେଇ କହିଲେ, ପ୍ରତିଷ୍ଠା ଦିବସରେ ଆମର ଲକ୍ଷ୍ୟ, ସଫଳତା ଏବଂ ତ୍ରୁଟି ବିଷୟରେ ଅନୁଧ୍ୟାନ କରି ଆଗାମୀ ଦିନରେ ନିଜକୁ ଉନ୍ନତରୁ ଉନ୍ନତ୍ତର କରିବା ପାଇଁ ଶପଥ ଗ୍ରହଣ କରିବା ଉଚିତ। ଏହି ଅବସରରେ କୁଳପତି ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ। ଛାତ୍ର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ସୁଶାନ୍ତ ବଡ଼ମାଳୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ଏତେ ପରିମାଣର ନଗଦ ଟଙ୍କା

ଭୁବନେଶ୍ୱର,୮।୪: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri