Categories: ଜାତୀୟ

ଆଜି ନାମାଙ୍କନପତ୍ର ଦାଖଲ କରିବେ ଉତ୍ପଳ ପାରିକର

ଗୋଆ,୨୭।୧: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ଚଳିତ ବର୍ଷ ଗୋଆ ବିଧାନସଭା ନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବରେ ପାଣାଜୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆଜି ନାମାଙ୍କନପତ୍ର ଦାଖଲ କରିବେ। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକାରୁ ଉତ୍ପଳଙ୍କୁ ଭାଜପା ବାଦ୍‌ ଦେବା ପରେ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ତାଙ୍କୁ ଏଏପିରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ,କିନ୍ତୁ ଉତ୍ପଳ ସ୍ବାଧୀନରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ଭାଜପା ନେତା ତଥା ଗୋଆର ଦାୟିତ୍ୱରେ ଥିବା ସିଟି ରବି କହିଛନ୍ତି ଯେ, ମନୋହର ପାରିକର ଚାହୁଁଥିଲେ ଦଳ କ୍ଷମତାକୁ ଆସୁ ଏବଂ ତାଙ୍କ ପୁଅ ଉତ୍ପଳ ପାରିକର ତାଙ୍କ ପିତାଙ୍କ ସ୍ବପ୍ନକୁ ସାକାର କରନ୍ତୁ, କିନ୍ତୁ ବାପାଙ୍କ କଥା ରଖି ନାହାନ୍ତି ପୁଅ।
ଗୋଆ ବିଧାନସଭା ନିର୍ବାଚନ ୨୦୨୨ ଫେବୃୟାରୀ ୧୪ରେ ଅନୁଷ୍ଠିତ ହେବ। ଭୋଟ ଗଣନା ମାର୍ଚ୍ଚ ୧୦ରେ ହେବ।

Share