Categories: ବାଣିଜ୍ୟ

ଆଜିଠାରୁ ଉତ୍କଳ ଫାବ୍‌ ଫେଷ୍ଟିଭାଲ

ଭୁବନେଶ୍ୱର,୨୮।୧୧: ଷ୍ଟାର୍ଟଅପ୍‌ ଓଡ଼ିଶା ପକ୍ଷରୁ ଏକ ୨ ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ‘ଉତ୍କଳ ଫାବ୍‌ ଫେଷ୍ଟିଭାଲ-୨୦୨୩’ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳସ୍ଥିତ ଓ-ହବ୍‌ଠାରେ ମଙ୍ଗଳବାରଠାରୁ ଆୟୋଜିତ ହେବ। ବିଶେଷକରି ଉକ୍ତ ଫେଷ୍ଟିଭାଲ ଜରିଆରେ ଓଡ଼ିଶାକୁ ଏକ ଲୋଭନୀୟ ଅନ୍ତର୍ଜାତୀୟ ଫାବ୍‌ ଲାବ୍‌ ନେଟୱର୍କରେ ସ୍ଥାନିତ କରିବା ସହିତ ଅତ୍ୟାଧୁନିକ ଏବଂ ବିଶ୍ୱସ୍ତରର ସର୍ବ-ଅନ୍ତର୍ଭୁକ୍ତ ଫାବ୍‌ ସିଟିର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏ ସମ୍ପର୍କରେ ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍‌କାର ରାୟ କହିଛନ୍ତି, ଆମେ ଏକ ୨ ଦିନିଆ ଫେଷ୍ଟିଭାଲ ଆୟୋଜନ କରୁଛୁ। ଏପରିକି ଫାବ୍‌ ଫାଉଣ୍ଡେଶନ ଏବଂ ଫାବ୍‌ ସିଟି ଫାଉଣ୍ଡେଶନର ପ୍ରତିନିଧିଙ୍କୁ ସ୍ବାଗତ କରିବାକୁ ଷ୍ଟାର୍ଟଅପ୍‌ ଓଡ଼ିଶା ଅପେକ୍ଷା କରିଛି। ଏପରିକି ଆଗକୁ ଯାଉଥିବା ସହଯୋଗୀ ଉଦ୍ୟମକୁ ନେଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ଡିଜିଟାଲ୍‌ ଫ୍ୟାକେସନ୍‌ର ପରିବର୍ତ୍ତନଶୀଳ ଶକ୍ତି, ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଗ୍ଲୋବାଲ୍‌ ଫାବ୍‌ ନେଟୱର୍କ ସହିତ ଏକୀକରଣ ଦ୍ୱାରା ଷ୍ଟାର୍ଟଅପ୍‌ ଇକୋସିଷ୍ଟମର ଗତିଶୀଳ ଅଭିବୃଦ୍ଧି ପାଇଁ ଏହା ବାଟ ଖୋଲିବ। ଉତ୍କଳ ଫାବ୍‌ ଫେଷ୍ଟିଭାଲ-୨୦୨୩ର ରଣନୈତିକ ସହଯୋଗ ପାଇଁ ସ୍ବର ସ୍ଥିର କରିବା ସହ ଏହା ଏକ ଅଗ୍ରଣୀ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ ଏବଂ ମୁଁ ନିଶ୍ଚିତ ଯେ ଆମର ସାମୂହିକ ପ୍ରୟାସ ଓଡ଼ିଶା ରାଜ୍ୟର ବିଶ୍ୱସ୍ତରୀୟ ଡିଜିଟାଲ୍‌ ନବସୃଜନର ବିକାଶ ଏବଂ ବିସ୍ତାର ଦିଗରେ ଫେଷ୍ଟିଭାଲ ବିଶେଷ ଅବଦାନ ଦେବ।

Share