ଭୁବନେଶ୍ୱର,୨୮।୧୧: ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଏକ ୨ ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ‘ଉତ୍କଳ ଫାବ୍ ଫେଷ୍ଟିଭାଲ-୨୦୨୩’ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳସ୍ଥିତ ଓ-ହବ୍ଠାରେ ମଙ୍ଗଳବାରଠାରୁ ଆୟୋଜିତ ହେବ। ବିଶେଷକରି ଉକ୍ତ ଫେଷ୍ଟିଭାଲ ଜରିଆରେ ଓଡ଼ିଶାକୁ ଏକ ଲୋଭନୀୟ ଅନ୍ତର୍ଜାତୀୟ ଫାବ୍ ଲାବ୍ ନେଟୱର୍କରେ ସ୍ଥାନିତ କରିବା ସହିତ ଅତ୍ୟାଧୁନିକ ଏବଂ ବିଶ୍ୱସ୍ତରର ସର୍ବ-ଅନ୍ତର୍ଭୁକ୍ତ ଫାବ୍ ସିଟିର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏ ସମ୍ପର୍କରେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍କାର ରାୟ କହିଛନ୍ତି, ଆମେ ଏକ ୨ ଦିନିଆ ଫେଷ୍ଟିଭାଲ ଆୟୋଜନ କରୁଛୁ। ଏପରିକି ଫାବ୍ ଫାଉଣ୍ଡେଶନ ଏବଂ ଫାବ୍ ସିଟି ଫାଉଣ୍ଡେଶନର ପ୍ରତିନିଧିଙ୍କୁ ସ୍ବାଗତ କରିବାକୁ ଷ୍ଟାର୍ଟଅପ୍ ଓଡ଼ିଶା ଅପେକ୍ଷା କରିଛି। ଏପରିକି ଆଗକୁ ଯାଉଥିବା ସହଯୋଗୀ ଉଦ୍ୟମକୁ ନେଇ ଆମେ ବେଶ୍ ଉତ୍ସାହିତ ଅଛୁ। ବିଶେଷକରି ଡିଜିଟାଲ୍ ଫ୍ୟାକେସନ୍ର ପରିବର୍ତ୍ତନଶୀଳ ଶକ୍ତି, ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଗ୍ଲୋବାଲ୍ ଫାବ୍ ନେଟୱର୍କ ସହିତ ଏକୀକରଣ ଦ୍ୱାରା ଷ୍ଟାର୍ଟଅପ୍ ଇକୋସିଷ୍ଟମର ଗତିଶୀଳ ଅଭିବୃଦ୍ଧି ପାଇଁ ଏହା ବାଟ ଖୋଲିବ। ଉତ୍କଳ ଫାବ୍ ଫେଷ୍ଟିଭାଲ-୨୦୨୩ର ରଣନୈତିକ ସହଯୋଗ ପାଇଁ ସ୍ବର ସ୍ଥିର କରିବା ସହ ଏହା ଏକ ଅଗ୍ରଣୀ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ ଏବଂ ମୁଁ ନିଶ୍ଚିତ ଯେ ଆମର ସାମୂହିକ ପ୍ରୟାସ ଓଡ଼ିଶା ରାଜ୍ୟର ବିଶ୍ୱସ୍ତରୀୟ ଡିଜିଟାଲ୍ ନବସୃଜନର ବିକାଶ ଏବଂ ବିସ୍ତାର ଦିଗରେ ଫେଷ୍ଟିଭାଲ ବିଶେଷ ଅବଦାନ ଦେବ।
ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍-ନିର୍ମିତ ମାନବ କୋଷିକା ପ୍ରତିରୋପଣ
ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…
ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ
ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…
ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ଚିହ୍ନଟ, କୋଲୋସିୟମଠାରୁ ବି ବଡ଼
କେପ କାନାଭେରାଲ (ଫ୍ଲୋରିଡା),୧୮।୯: ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ସୃଷ୍ଟି ହୋଇଥିବା ନାସାର ‘ଲୁନାର ରେକୋନିସାନ୍ସ ଅର୍ବିଟର’ (ଏଲ୍ଆର୍ଓ) ମହାକାଶଯାନ ଦ୍ୱାରା ଚିହ୍ନଟ ହୋଇଛି। ରୋମ୍ର ପ୍ରସିଦ୍ଧ…
ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ
ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…
ପୋଖରୀରେ ବୁଡ଼ି ଚାଲିଗଲା ଜୀବନ
ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…
ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ
ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…
‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ
ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…
ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

