୮୮ ବର୍ଷରେ ଓଡ଼ିଶା ଦିବସ

କଳିଙ୍ଗ, ଉତ୍କଳ ପରେ ଓଡ଼ିଶା ନାମରେ ପରିଚିତ ଏହି ପବିତ୍ର ଭୂଖଣ୍ଡ ୧୯୩୬ ଏପ୍ରିଲ ୧ରେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ସେବେଠାରୁ ଏହି ଦିବସକୁ ଉତ୍କଳ ଦିବସ, ଆଉ ଏବେ ଓଡ଼ିଶା ଦିବସ ଭାବେ ପାଳନ କରାଯାଉଛି। ୮୮ବର୍ଷ ଧରି ଓଡ଼ିଶାର ଜନ୍ମଦିନ ପାଳନ କରି ସ୍ବତନ୍ତ୍ରତାକୁ ମନେ ପକାଉଛୁ। ଖାଦ୍ୟ ହେଉ କି ବସ୍ତ୍ର, ସଂସ୍କୃତି ହେଉ କି ପରମ୍ପରା ସବୁଥିରେ ଭରି ରହିଛି ନିଆରାପଣ। ଯାହାର ଭାଷା ଅତି ମଧୁର, ଯାହାର ନୃତ୍ୟ ଓ ସଙ୍ଗୀତ ସବୁରି ମନ କିଣେ, ସେ ହେଉଛି ଓଡ଼ିଶା ଭୂଖଣ୍ଡ। ବିଭିନ୍ନ ଭାଷାଭାଷୀ, ଧର୍ମ ଓ ବର୍ଗର ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଦେଇଥିବା ଏହି ପବିତ୍ର ମାଟିର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ବନ୍ଦେ ଉତ୍କଳ ଜନନୀ’।

ଓଡ଼ିଆ ଭାଷାର ଉନ୍ନତି ନେଇ ସମସ୍ତେ ଚିନ୍ତା କରିବା ଉଚିତ
ଉତ୍କଳ ଦିବସ ଆମ ସମସ୍ତଙ୍କ ପାଇଁ ଏକ ପବିତ୍ର ଦିବସ। ୧୯୩୬ ଏପ୍ରିଲ ୧ରେ ଭାଷା ଭିତ୍ତିରେ ଆମ ଓଡ଼ିଶା ରାଜ୍ୟ ପ୍ରତିଷ୍ଠା ହୋଇଥିଲା। ଏହି ଦିବସକୁ ମନପ୍ରାଣରେ ସ୍ମରଣ କରିବା ସହ ଏହାର ତାତ୍ପର୍ଯ୍ୟ ବୁଝିବା ଆବଶ୍ୟକ। ଓଡ଼ିଆ ଭାଷାର ଉନ୍ନତି ନେଇ ଚିନ୍ତା କରିବା ଉଚିତ୍‌। କୋଟି କୋଟି ଜନମୁଖର ଭାଷା ଓଡ଼ିଆର କେବେ ବିଲୋପ ନାହିଁ। ଏହା କିଭଳି ସବୁ କ୍ଷେତ୍ରରେ ଉପଯୋଗ ହୋଇପାରିବ ସେଥିପାଇଁ ପାଦ ମିଳାଇ ଚାଲିବାକୁ ପଡ଼ିବ।
-ପ୍ରଫେସର ବସନ୍ତ କୁମାର ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ, ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର, ଭୁବନେଶ୍ୱର
ଆମ ଭାଷା ପାଇଁ ଆମେ ଚିନ୍ତା କରିବା ଆବଶ୍ୟକ
ସ୍ବାଧୀନତା ପୂର୍ବରୁ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲା। ଓଡ଼ିଆ ଭାଷା ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ମଧ୍ୟ ପାଇଛି। ଏବେ ଆମର ଦାୟିତ୍ୱବୋଧ ବଢ଼ିଛି। ଉତ୍କଳ ଦିବସରେ ସଭା ଓ ସମାରୋହରେ ସୀମିତ ନ ରହି ଆମେ ଆମ ଭାଷା ପାଇଁ ଚିନ୍ତା କରିବା ଆବଶ୍ୟକ। ଅଧିକ ବ୍ୟବହାର ହେଲେ ଭାଷା ତିଷ୍ଠି ରହିପାରିବ। ତେଣୁ ସରକାରୀ ଓ ବେସରକାରୀ ସବୁ କ୍ଷେତ୍ରରେ ଓଡ଼ିଆ ଭାଷାର କିଭଳି ବହୁଳ ବ୍ୟବହାର ହେବ ତାହା ଏହି ଦିବସର ଅନୁଚିନ୍ତା ରହୁ।
-ଡ. ଦେବାଶିଷ ମହାପାତ୍ର, ବରିଷ୍ଠ ଗବେଷକ, ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର, ଭୁବନେଶ୍ୱର
ସ୍ବତନ୍ତ୍ର ପ୍ରଦେଶ ଗଠନର ଲକ୍ଷ୍ୟ ପୂରଣ ନେଇ ଅନୁଶୀଳନ ହେଉ
ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ଦେବାର ଉଦ୍ଦେଶ୍ୟକୁ ଆମେ କେତେ ପୂରଣ କରି ପାରିଛେ ସେ କଥା ବ୍ୟକ୍ତିଗତ ସ୍ତରରେ ବୁଝିବା ଉଚିତ। ସ୍ବତନ୍ତ୍ର ପ୍ରଦେଶ ଗଠନର ଲକ୍ଷ୍ୟ ସାଧିତ ହୋଇଛି କି ନାହିଁ ସେ ନେଇ ସମସ୍ତେ ଅନୁଶୀଳନ କରିବା ଆବଶ୍ୟକ। ରାଜନୈତିକ, ଅର୍ଥନୈତିକ, ସାମାଜିକ ସବୁ କ୍ଷେତ୍ରରେ ଆମେ କ’ଣ କରିପାରିଛେ, ଆଉ କ’ଣ ଅଭାବ ରହିଲା ସେ ନେଇ ତୃଣମୂଳ ସ୍ତରରେ ସମସ୍ତେ ଭାବିବା ଦରକାର।
-ତମସାରାଣୀ ଦାସ ମହାପାତ୍ର, ପୂର୍ବତନ ନିର୍ଦ୍ଦେଶିକା, ଭାଷା ପ୍ରତିଷ୍ଠାନ
ଯୁବପିଢ଼ି ରାଜ୍ୟର ବିକାଶ କଥା ଚିନ୍ତା କରନ୍ତୁ
ଏବେ ବି ଆମେ ଅନେକ କ୍ଷେତ୍ରରେ ପଛୁଆ ହୋଇ ରହିଯାଇଛୁ। ଯୁବପିଢ଼ିମାନେ ରାଜ୍ୟର ବିକାଶ କଥା ଚିନ୍ତା କରିବା ଆବଶ୍ୟକ। ଅଭିଭାବକମାନେ ପିଲାମାନଙ୍କୁ ଇଂଲିଶ ଶିଖାଇବା ପାଇଁ ଯେତିକି ତତ୍ପର ହେଉଛନ୍ତି ସେହିପରି ମାତୃଭାଷା ଏବଂ ଓଡ଼ିଶା ସମ୍ପର୍କରେ ଜାଣିବାକୁ ସହଯୋଗ କରିବା ଆବଶ୍ୟକ। ଭାଷାଭିତ୍ତିରେ କାହିଁକି ରାଜ୍ୟ ଗଠନ ହୋଇଛି, ତାହାର ମୂଲ୍ୟବୋଧ ବୁଝିବା ଆବଶ୍ୟକ।
-ଝୁମୁରି ସାହୁ, ଓଡ଼ିଆ ସ୍ନାତକୋତ୍ତର ଛାତ୍ରୀ, ଉତ୍କଳ ବିଶ୍ୱ ବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ, ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍

କଟକ: ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ଦେଖାଯାଉଥିବା ବେଳେ ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ ଦେଖାଯାଇଛି । BYJD(ବିଜୁ ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri