୮୮ ବର୍ଷରେ ଓଡ଼ିଶା ଦିବସ

କଳିଙ୍ଗ, ଉତ୍କଳ ପରେ ଓଡ଼ିଶା ନାମରେ ପରିଚିତ ଏହି ପବିତ୍ର ଭୂଖଣ୍ଡ ୧୯୩୬ ଏପ୍ରିଲ ୧ରେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ସେବେଠାରୁ ଏହି ଦିବସକୁ ଉତ୍କଳ ଦିବସ, ଆଉ ଏବେ ଓଡ଼ିଶା ଦିବସ ଭାବେ ପାଳନ କରାଯାଉଛି। ୮୮ବର୍ଷ ଧରି ଓଡ଼ିଶାର ଜନ୍ମଦିନ ପାଳନ କରି ସ୍ବତନ୍ତ୍ରତାକୁ ମନେ ପକାଉଛୁ। ଖାଦ୍ୟ ହେଉ କି ବସ୍ତ୍ର, ସଂସ୍କୃତି ହେଉ କି ପରମ୍ପରା ସବୁଥିରେ ଭରି ରହିଛି ନିଆରାପଣ। ଯାହାର ଭାଷା ଅତି ମଧୁର, ଯାହାର ନୃତ୍ୟ ଓ ସଙ୍ଗୀତ ସବୁରି ମନ କିଣେ, ସେ ହେଉଛି ଓଡ଼ିଶା ଭୂଖଣ୍ଡ। ବିଭିନ୍ନ ଭାଷାଭାଷୀ, ଧର୍ମ ଓ ବର୍ଗର ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଦେଇଥିବା ଏହି ପବିତ୍ର ମାଟିର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ବନ୍ଦେ ଉତ୍କଳ ଜନନୀ’।

ଓଡ଼ିଆ ଭାଷାର ଉନ୍ନତି ନେଇ ସମସ୍ତେ ଚିନ୍ତା କରିବା ଉଚିତ
ଉତ୍କଳ ଦିବସ ଆମ ସମସ୍ତଙ୍କ ପାଇଁ ଏକ ପବିତ୍ର ଦିବସ। ୧୯୩୬ ଏପ୍ରିଲ ୧ରେ ଭାଷା ଭିତ୍ତିରେ ଆମ ଓଡ଼ିଶା ରାଜ୍ୟ ପ୍ରତିଷ୍ଠା ହୋଇଥିଲା। ଏହି ଦିବସକୁ ମନପ୍ରାଣରେ ସ୍ମରଣ କରିବା ସହ ଏହାର ତାତ୍ପର୍ଯ୍ୟ ବୁଝିବା ଆବଶ୍ୟକ। ଓଡ଼ିଆ ଭାଷାର ଉନ୍ନତି ନେଇ ଚିନ୍ତା କରିବା ଉଚିତ୍‌। କୋଟି କୋଟି ଜନମୁଖର ଭାଷା ଓଡ଼ିଆର କେବେ ବିଲୋପ ନାହିଁ। ଏହା କିଭଳି ସବୁ କ୍ଷେତ୍ରରେ ଉପଯୋଗ ହୋଇପାରିବ ସେଥିପାଇଁ ପାଦ ମିଳାଇ ଚାଲିବାକୁ ପଡ଼ିବ।
-ପ୍ରଫେସର ବସନ୍ତ କୁମାର ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ, ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର, ଭୁବନେଶ୍ୱର
ଆମ ଭାଷା ପାଇଁ ଆମେ ଚିନ୍ତା କରିବା ଆବଶ୍ୟକ
ସ୍ବାଧୀନତା ପୂର୍ବରୁ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲା। ଓଡ଼ିଆ ଭାଷା ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ମଧ୍ୟ ପାଇଛି। ଏବେ ଆମର ଦାୟିତ୍ୱବୋଧ ବଢ଼ିଛି। ଉତ୍କଳ ଦିବସରେ ସଭା ଓ ସମାରୋହରେ ସୀମିତ ନ ରହି ଆମେ ଆମ ଭାଷା ପାଇଁ ଚିନ୍ତା କରିବା ଆବଶ୍ୟକ। ଅଧିକ ବ୍ୟବହାର ହେଲେ ଭାଷା ତିଷ୍ଠି ରହିପାରିବ। ତେଣୁ ସରକାରୀ ଓ ବେସରକାରୀ ସବୁ କ୍ଷେତ୍ରରେ ଓଡ଼ିଆ ଭାଷାର କିଭଳି ବହୁଳ ବ୍ୟବହାର ହେବ ତାହା ଏହି ଦିବସର ଅନୁଚିନ୍ତା ରହୁ।
-ଡ. ଦେବାଶିଷ ମହାପାତ୍ର, ବରିଷ୍ଠ ଗବେଷକ, ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର, ଭୁବନେଶ୍ୱର
ସ୍ବତନ୍ତ୍ର ପ୍ରଦେଶ ଗଠନର ଲକ୍ଷ୍ୟ ପୂରଣ ନେଇ ଅନୁଶୀଳନ ହେଉ
ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ଦେବାର ଉଦ୍ଦେଶ୍ୟକୁ ଆମେ କେତେ ପୂରଣ କରି ପାରିଛେ ସେ କଥା ବ୍ୟକ୍ତିଗତ ସ୍ତରରେ ବୁଝିବା ଉଚିତ। ସ୍ବତନ୍ତ୍ର ପ୍ରଦେଶ ଗଠନର ଲକ୍ଷ୍ୟ ସାଧିତ ହୋଇଛି କି ନାହିଁ ସେ ନେଇ ସମସ୍ତେ ଅନୁଶୀଳନ କରିବା ଆବଶ୍ୟକ। ରାଜନୈତିକ, ଅର୍ଥନୈତିକ, ସାମାଜିକ ସବୁ କ୍ଷେତ୍ରରେ ଆମେ କ’ଣ କରିପାରିଛେ, ଆଉ କ’ଣ ଅଭାବ ରହିଲା ସେ ନେଇ ତୃଣମୂଳ ସ୍ତରରେ ସମସ୍ତେ ଭାବିବା ଦରକାର।
-ତମସାରାଣୀ ଦାସ ମହାପାତ୍ର, ପୂର୍ବତନ ନିର୍ଦ୍ଦେଶିକା, ଭାଷା ପ୍ରତିଷ୍ଠାନ
ଯୁବପିଢ଼ି ରାଜ୍ୟର ବିକାଶ କଥା ଚିନ୍ତା କରନ୍ତୁ
ଏବେ ବି ଆମେ ଅନେକ କ୍ଷେତ୍ରରେ ପଛୁଆ ହୋଇ ରହିଯାଇଛୁ। ଯୁବପିଢ଼ିମାନେ ରାଜ୍ୟର ବିକାଶ କଥା ଚିନ୍ତା କରିବା ଆବଶ୍ୟକ। ଅଭିଭାବକମାନେ ପିଲାମାନଙ୍କୁ ଇଂଲିଶ ଶିଖାଇବା ପାଇଁ ଯେତିକି ତତ୍ପର ହେଉଛନ୍ତି ସେହିପରି ମାତୃଭାଷା ଏବଂ ଓଡ଼ିଶା ସମ୍ପର୍କରେ ଜାଣିବାକୁ ସହଯୋଗ କରିବା ଆବଶ୍ୟକ। ଭାଷାଭିତ୍ତିରେ କାହିଁକି ରାଜ୍ୟ ଗଠନ ହୋଇଛି, ତାହାର ମୂଲ୍ୟବୋଧ ବୁଝିବା ଆବଶ୍ୟକ।
-ଝୁମୁରି ସାହୁ, ଓଡ଼ିଆ ସ୍ନାତକୋତ୍ତର ଛାତ୍ରୀ, ଉତ୍କଳ ବିଶ୍ୱ ବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri