Posted inଖେଳ

ଉତ୍କଳ ଚାମ୍ପିୟନ, ନିଲ୍‌ସୁ ରନରଅପ୍‌

ଭୁବନେଶ୍ୱର, ୨୬।୪ (କ୍ରୀଡ଼ା ପ୍ରତିନିଧି): ଆଇଆଇଜି ସ୍ପୋଟର୍‌ସ ଏକାଡେମୀ ଆନୁକୂଲ୍ୟରେ ଖୋର୍ଦ୍ଧାର ବରୁଣେଇଠାରେ ଆୟୋଜିତ କେଟି ଗ୍ଲୋବାଲ ସର୍ବଭାରତୀୟ ଓପନ ଫିଡେ ରେଟିଂ ଚେସ୍‌ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ୯ ରାଉଣ୍ଡ ବିଶିଷ୍ଟ ଟୁର୍ନାମେଣ୍ଟରେ ଓଡ଼ିଶାର ଉତ୍କଳ ରଞ୍ଜନ ସାହୁ ଓ ନିଲ୍‌ସୁ ପଟ୍ଟନାୟକ ଏବଂ ପଶ୍ଚିମବଙ୍ଗର ଆଲେଖ୍ୟ ମୁଖୋପାଧ୍ୟାୟ ଓ ଅର୍ପଣ ଦାସ ୭.୫ ପଏଣ୍ଟ ଲେଖାଏ ପାଇଛନ୍ତି। ତେବେ ବୁକୋଲଜରେ ଉତ୍କଳ ପ୍ରଥମ ଓ ନିଲସୁ ଦ୍ୱିତୀୟ ସ୍ଥାନ ଅଧିକାର କରି ଯଥାକ୍ରମେ ଚାମ୍ପିୟନ ଓ ରନରଅପ୍‌ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର କୌସ୍ତୁଭ ଦାଶ, ତପନ ବଡ଼ମୁଣ୍ଡି, ପ୍ରିୟାଂଶ ଦାସ, ସାଜନ କୁମାର ନାୟକ ଏବଂ ପଶ୍ଚିମବଙ୍ଗର ଅରିତ୍ରୟ ପାଲ୍‌ ଓ ଉଦ୍ଦୀପନ ରାୟ ଟପ୍‌-୧୦ ଫିନିଶ୍‌ କରିଛନ୍ତି। ଚାମ୍ପିୟନ ଉତ୍କଳଙ୍କୁ ଟ୍ରଫି ସହ ୫୦,୦୦୦, ରନରଅପ୍‌ ନିଲସୁଙ୍କୁ ୩୦,୦୦୦ ଓ ତୃତୀୟ ହୋଇଥିବା ଆଲେଖ୍ୟଙ୍କୁ ୨୦,୦୦୦ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯାଇଛି। ୨୦ ଖେଳାଳିଙ୍କୁ ମୁଖ୍ୟ ପୁରସ୍କାର ବ୍ୟତୀତ ୧୦୦୦ରୁ ୧୧୯୯, ୧୨୦୦ରୁ ୧୩୯୯, ୧୪୦୦ରୁ ୧୫୯୯ ରେଟିଂ ବର୍ଗରେ ଶ୍ରେଷ୍ଠ ୧୦ ଜଣ ଲେଖାଏ ଏବଂ ୫ ଅଣରେଟେଡ, ୫ ଓଡ଼ିଆ ଖେଳାଳି ଏବଂ ବିଭିନ୍ନ ବୟସ ବର୍ଗରେ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା।
ଅରାତି ବିଜୟ ମହାନ୍ତିଙ୍କ ସ୍ମୃତିରେ ଆଇଆଇଜି ସ୍ପୋଟର୍‌ସ ଏକାଡେମୀ ଆନୁକୂଲ୍ୟରେ କେଟି ଗ୍ଲୋବାଲ ସ୍କୁଲ ପରିସରରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ (ଏଓସିଏ) ଓ ସର୍ବଭାରତୀୟ ଚେସ୍‌ ଫେଡେରେଶନର ସ୍ବୀକୃତିପ୍ରାପ୍ତ ଏହି ଟୁର୍ନାମେଣ୍ଟ ପ୍ରତି ଖୋର୍ଦ୍ଧା ଜିଲା ଚେସ୍‌ ଆସୋସିଏଶନର ସମର୍ଥନ ରହିଥିଲା। ଏଥିରେ ଭାଗ ନେଇଥିତ୍ବା ୧୯୦ଙ୍କ ମଧ୍ୟରେ ସିରିୟାର ଜଣେ ଖେଳାଳି ଅଲ୍‌ହାଜାର ମହାଇଦ୍‌ ଆକର୍ଷଣର କେନ୍ଦ୍ରରେ ରହିଥିଲେ। ସେ ୧୨୦୦ରୁ କମ୍‌ ରେଟିଂ ବର୍ଗରେ ୮ମ ସ୍ଥାନରେ ରହିଥିଲେ। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର ମୁଖ୍ୟ ଅତିଥି ଏବଂ ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟ, କେଟି ଗ୍ଲୋବାଲ ସ୍କୁଲ ପ୍ରିନ୍ସିପାଲ ଦୀପ୍‌ ଖାରେ, ଓଡ଼ିଶା କ୍ରିକେଟ ଆସୋସିଏଶନ ଜୁନିୟର ଚୟନ କମିଟି ମୁଖ୍ୟ ପ୍ରଭଜ୍ଞନ ମଲିକ, ଆଇଆଇଜି ଟେକ୍ନୋଲୋଜି ନିର୍ଦ୍ଦେଶକ ନିରଞ୍ଜନ କୁମାର ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ମୁଖ୍ୟ ଆର୍ବିଟର ନିହାର ରଞ୍ଜନ ସାସମଲ ଓ ଡେପୁଟି ଆର୍ବିଟର ଜ୍ୟୋତି ଶଙ୍କର ନନ୍ଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri