ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ ବିଭାଗ ପକ୍ଷରୁ ୧ ଲିଟର ପାଣି ବୋତଲ ଦିଆଯାଇଥାଏ। ହେଲେ ଏବେ ବନ୍ଦେ ଭାରତ ଏବଂ ଶତାବ୍ଦୀ ଟ୍ରେନ୍‌ରେ ଯାତ୍ରୀଙ୍କୁ ଆଉ ପାଣି ବୋତଲ ମିଳିବ ନାହିଁ। ଏହା ବଦଳରେ ଯାତ୍ରୀଙ୍କୁ ୫୦୦ ମିଲିଲିଟର ପାଣି ବୋତଲ ମିଳିବ। ରେଳ ବିଭାଗ ପକ୍ଷରୁ ଜଳ ସଂରକ୍ଷଣ, ବନରୋପଣ ଏବଂ ପାଣି ପୁନର୍ବ୍ୟବହାର ଲାଗି ଥିବା ବିଭିନ୍ନ ନିୟମ ଅନୁଯାୟୀ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।
ଉତ୍ତର ରେଳବିଭାଗର ମୁଖ୍ୟ ପିଆର୍‌ ଅଫିସର ଦୀପକ କୁମାର କହିଛନ୍ତି, ଏହି ନିଷ୍ପତ୍ତି ବୋତଲ ବନ୍ଦ ପାଣିର ଅନାବଶ୍ୟକ ବ୍ୟବହାରକୁ କମ୍‌ କରିବା ଉଦ୍ଦେଶ୍ୟରେ ନିଆଯାଇଛି। ଏଥିସହ ୫୦୦ ମିଲି ପାଣି ବୋତଲ ପ୍ରଦାନ କରି ରେଳ ବିଭାଗ, ବନ୍ଦେ ଭାରତ ଭଳି କମ୍‌ ଦୂରତା ଯାତ୍ରା କରୁଥିବା ଟ୍ରେନ୍‌ଗୁଡ଼ିକରେ ପାଣିର ବ୍ୟବହାର ସହ ସାମଞ୍ଜସ୍ୟ ରଖିହେବ। ଅନ୍ୟପକ୍ଷେ ରାଜଧାନୀ ଏକ୍ସପ୍ରେସ ଭଳି ପ୍ରିମିୟମ ଟ୍ରେନ୍‌ରେ ୧ ଲିଟ୍‌ର ପାଣି ବୋତଲ ଯାତ୍ରୀଙ୍କୁ ମିଳିବ।
ବନ୍ଦେ ଭାରତ ପୂର୍ବରୁ ଶତାବ୍ଦୀ ଏକ୍ସପ୍ରେସରେ ୫୦୦ ମିଲି ପାଣି ବୋତଲ ଦିଆଯାଇଥିଲା। ୮.୫ ଘଣ୍ଟାରୁ କମ୍‌ କମ୍‌ ସମୟ ଯାତ୍ରୀଙ୍କୁ ଏହା ମିଳିବ।
Share