Categories: ଖେଳ

ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ ପୂର୍ବରୁ…

ଟାଉନ୍ସଭିଲ,୩୦।୮: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌କୁ ଲାଗିଛି ବଡ଼ ଝଟ୍‌କା। ଅଲରାଉଣ୍ଡର ମିଚେଲ ମାର୍ଶ ଆହତ ହେବା ଯୋଗୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ଏବଂ ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି। ଆଗକୁ ଟି-୨୦ ବିଶ୍ୱକପ୍‌ ଥିବାରୁ ଦଳର ଚିନ୍ତା ବଢ଼ିଛି। ତେବେ ସେ ଆସନ୍ତା ମାସରେ ଅଷ୍ଟ୍ରେଲିଆ ଗସ୍ତ ପର୍ଯ୍ୟନ୍ତ ଫିଟ୍‌ ହୋଇଯିବେ ବୋଲି ଆଶା କରାଯାଉଛି।

ଅଷ୍ଟ୍ରେଲିଆ ୩ ଟି-୨୦ ମ୍ୟାଚ୍‌ ଖେଳିବା ଲାଗି ଭାରତ ଗସ୍ତରେ ଆସିବ।ସେହିଭଳି ଅକ୍ଟୋବରରେ ଟି-୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଏଭଳି ସ୍ଥିତିରେ ମାର୍ଶଙ୍କୁ ନେଇ ଷ୍ଟିଭ୍‌ ସ୍ମିଥ୍‌ ଖବରଦାତାଙ୍କୁ କହିଛନ୍ତି, ଏହା ନିରାଶାଜନକ। ହେଲେ ଆଗାମୀ ଦିନରେ କିଛି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ହେବାର ଅଛି। ଗତ ବର୍ଷ ମାର୍ଶ ଟି-୨୦ ବିଶ୍ୱକପ୍‌ ଅଭିଯାନରେ ପ୍ରମୁଖ ଖେଳାଳି ସାଜିଥିଲେ। ଚଳିତ ବର୍ଷ ମଧ୍ୟ ତାଙ୍କର ବଡ଼ ଯୋଜନା ଅଛି ବୋଲି ମୁଁ ନିଶ୍ଚିତ। ଏଣୁ ତାଙ୍କୁ ବିଶ୍ୱକପ୍‌ ପୂର୍ବରୁ ଫିଟ୍‌ କରାଇବା ଲକ୍ଷ୍ୟ ରହିଛି।

ତେବେ ୩୦ ବର୍ଷୀୟ ମାର୍ଶ ଏଯାବତ ୩୨ ଟେଷ୍ଟ, ୬୭ ଦିନିକିଆ ଏବଂ ୩୮ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ଟେଷ୍ଟରେ ୧୨୬୦ରନ୍‌ ଏବଂ ୪୨ ଉଇକେଟ ନେଇଛନ୍ତି। ଦିନିକିଆରେ ସେ ୧୭୩୪ ରନ୍‌ କରିବା ସହ ୫୩ ଉଇକେଟ ନେଇଛନ୍ତି। ଟି୨୦ରେ ସେ ୮୯୬ ରନ୍‌ ସହ ୧୫ ଉଇକେଟ ନେଇଛନ୍ତି।

Share